କନକ ବ୍ୟୁରୋ : ଆପଣ ବୋଧ୍‌ ହୁଏ ସ୍ବପ୍ନରେ କେବେ ଓଟକୁ  ଆକାଶରେ ଉଡୁଥିବାର ଦେଖିଥିବେ ।  କିନ୍ତୁ କେବେ କଣ ସତରେ ଓଟୋ ଉଡୁଥିବାର ଦେଖିଛନ୍ତି ?  ଏହାର ଉତ୍ତର ନିଶ୍ଚିତ ନା ହେବ। ହେଲେ  ସତରେ ଓଟୋ ଉଡୁଥିବାର କଥା ଶୁଣିଲେ ଆପଣ ନିଶ୍ଚୟ  ଆଶ୍ଚର୍ଯ୍ୟ ହେବେ ।  ଦୁବାଇ ମଲ୍‌ ରେ  ଏପରି ହେବାର ଦେଖାଯାଇଛି । ଏଠି ଆମେ କହିଦଉଛୁ ଯେ ଓଟ ଉଡୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମଲ୍‌ ରେ ଉପସ୍ଥିତ ଥିବା ଲୋକ ଏ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ଭାବେ ଚାହିଁ ରହିଛନ୍ତି ଏବଂ ଉଡୁଥିବା ଓଟର ଭିଡିଓ ନିଜ ନିଜ ମୋବାଇଲ କ୍ୟାମେରାରେ କ୍ୟାପ୍ଚର କରୁଛନ୍ତି । କିନ୍ତୁ ବାସ୍ତବରେ ଆମେ ଜାଣିଛୁ ଯେ ଉଡୁଥିବା ଓଟୋ ନଥାନ୍ତି। ତେବେ  ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।  

Advertisment

ପ୍ରକୃତରେ ଏହା ହାଇଟେକ୍ନୋଲୋଜିର କମାଲ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ଏଆଇର କମାଲ । ଦୁବାଇ ନିଜର ଭବିଷ୍ୟତ ଉଦ୍ଭାବନ ପାଇଁ ଜଣାଶୁଣା, ଯାହା ଦେଶ ଏବଂ ବିଶ୍ୱର ଲୋକମାନଙ୍କୁ ବହୁତ ପ୍ରଭାବିତ କରେ। ଏପରି ପରିସ୍ଥିରେ ସପିଙ୍ଗ ମଲ୍‌ ଏବଂ ଦୁବାଇର ଅନ୍ୟ ସ୍ଥାମାନଙ୍କରେ ଫ୍ଲାଇଙ୍ଗ କାମେଲ ଅର୍ଥାତ୍‌ ଉଡନ୍ତା ଓଟୋ ର ପ୍ରଦର୍ଶନ ପ୍ରାୟତଃ କରାଯାଥାଏ । ଏହି ଶୋ ମାନଙ୍କରେ ଓଟ ମାନଙ୍କୁ ଏପରି ଭାବେ ପ୍ରଦର୍ଶନ କରାଯାଇଥାଏ  ଯେପରି  ସତସତିଆ ଓଟୋ ଉଡୁଛି । କିନ୍ତ ବାସ୍ତବରେ ଏହା ନୁହେଁ ।