ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋର; ଭୋଜି ଖାଇବାକୁ ଆସିଲେ, କଳାକନା ବୁଲାଇ ଚାଲିଗଲେ

Advertisment

ମଧ୍ୟପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ଏହି ଲୁଟେରା ପାଇଁ ରାଜଧାନୀ ପଡୁଛି ଉଠୁଛି । ହାତ ସଫେଇରେ ମାଷ୍ଟ୍ରି କରିଥିବା ଏହି ହାଇ ପ୍ରୋଫାଇଲ ଚୋରର ସବୁ କାରନାମା ଏବେ କ୍ୟାମେରାରେ କଏଦ ହୋଇଛି ।

ମଧ୍ୟପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ଏହି ଲୁଟେରା ପାଇଁ ରାଜଧାନୀ ପଡୁଛି ଉଠୁଛି । ହାତ ସଫେଇରେ ମାଷ୍ଟ୍ରି କରିଥିବା ଏହି ହାଇ ପ୍ରୋଫାଇଲ ଚୋରର ସବୁ କାରନାମା ଏବେ କ୍ୟାମେରାରେ କଏଦ ହୋଇଛି ।

Loot in Marriage Function

Photograph: (kanak news)

କନକ ବ୍ୟୁରୋ : ଚୋର ଆସିଥିଲା ଅତିଥି ବେଶରେ । ସବୁ ପୋଛି ନେଲା ଗୋଟିଏ ଚୁଟକିରେ । ପାଦରେ ଜୋତା, ଷ୍ଟାଇଲିଷ୍ଟ୍ ହେୟାରକର୍ଟ । ଢିଲା ପ୍ୟାଣ୍ଟକୁ ଚକ୍ ଚକ୍ ସାର୍ଟ । ନବାବଙ୍କ ଭଳି ଥାଟବାଟ୍ । ହିରୋଙ୍କ ଭଳି ଦେଖା ଯାଉଥିବା ଏ ଯୁବକ ଜଣେ ଚୋର । ମଧ୍ୟପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ଏହି ଲୁଟେରା ପାଇଁ ରାଜଧାନୀ ପଡୁଛି ଉଠୁଛି । ହାତ ସଫେଇରେ ମାଷ୍ଟ୍ରି କରିଥିବା ଏହି ହାଇ ପ୍ରୋଫାଇଲ ଚୋରର ସବୁ କାରନାମା ଏବେ କ୍ୟାମେରାରେ କଏଦ ହୋଇଛି ।

ଛୋଟ ମୋଟ ମଣ୍ଡପ ନୁହେଁ ଏଥରର ଅପରେସନ ଥିଲା ରାଜଧାନୀର ଷ୍ଟାର ହୋଟେଲରେ । ସରୋଜ ମିଶ୍ର ତାଙ୍କ ଜୀବନ ଯାକର କଷ୍ଟ ଉପାର୍ଜିତ ଧନରେ ଏକମାତ୍ର ଝିଅର ବାହାଘର କରୁଥିଲେ । ସମସ୍ତେ ବେଶ ଖୁସି ଥିଲେ, ନାଚ ଗୀତରେ ଥିଲେ ମସଗୁଲ । ଡାକ୍ତର ଝିଅକୁ ବାହାଘରରେ ଦେବା ପାଇଁ ୧୫ ଲକ୍ଷର ସୁନା, ହୀରା ଗହଣା ସହ ୩ ଲକ୍ଷ ନଗଦ ଟଙ୍କା ବି ରଖିଥିଲେ । ହାତରେ ଥିବା ଏହି କଳା ବ୍ୟାଗରେ ସବୁ କିଛି ରଖିଥିଲେ । ଫଟୋ ଉଠାଇବା ପାଇଁ କ୍ୟାମେରାମ୍ୟାନ ଡାକିଲେ, ଆଉ ଚାରି ୫ଟି ଫଟୋ ଉଠାଇ ଦେଖିଲା ବେଳକୁ ସବୁକିଛି ଗାଏବ ।

ସେପଟେ ଚୋରକୁ ଧରିବାକୁ ଯାଇ ନାକେଦମ ପୁଲିସ । କେବଳ ସିସିଟିଭି ଖୋଜି ଖୋଜି ଚୋରର ମୁହଁ ଦେଖିବାରେ ସଫଳ ହୋଇଛି ସତ, କିନ୍ତୁ ଚକମା ଦେଇ ଚୋର କୁଆଡେ ଗାଏବ ହୋଇଗଲା ସେ ଖବର ଏବେ ବି ପୁଲିସ ପାଖରେ ନାହିଁ ।

ସୁଟ ବୁଟ୍ ପିନ୍ଧା ଏବେ ବିବାହ ମଣ୍ଡରେ ମାତିଲେଣି । ଏପରିକି ଷ୍ଟାର ହୋଟେଲରେ ପଶି ଉତ୍ପାତ କଲେଣି । କିଏ କହିବ ଆଗକୁ ଆଉ କାହା ପାଳି । ଚୋର ଏବେ ଆଉ କାହା ମଣ୍ଡପରେ କଳାକନା ବୁଲାଇବାକୁ ପ୍ରସ୍ତୁତ କରୁଥିବ ବ୍ଲୁ ପ୍ରିଣ୍ଟ । ଆଉ ପୁଲିସର ବ୍ୟବସ୍ଥା ଦେଖିଲେ ଲାଗୁଛି, ଯେମିତି ନିଜ ସୁରକ୍ଷା ଏବେ ନିଜ ହାତରେ । ଟିକିଏ ସାବଧାନ ନହେଲେ, ଆପଣ ବି ହୋଇପାରନ୍ତି ଏହି ଚୋରଙ୍କ ଶୀକର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe