କନକ ବ୍ୟୁରୋ: ଥାଇଲାଣ୍ଡ ଓ କାମ୍ୱୋଡିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗତ ଗୁରୁବାରଠାରୁ ଦକ୍ଷିଣ-ପୂର୍ବ ଏସିଆରେ ଦୁଇଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ସଂଘର୍ଷରେ  ଉଭୟ ଦେଶର ୩୨ ଜଣ ପ୍ରାଣ ହରାଇଲେଣି  । ଥାଇଲାଣ୍ଡରେ ୧୯ ଓ କାମ୍ୱୋଡିଆରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଉଭୟ ଦେଶର ୧୩୦ରୁ ଅଧିକ ଆହତ ହୋଇଛନ୍ତି । ଥାଇଲାଣ୍ଡ ପ୍ରଥମ ଥର ପାଇଁ ଆମେରିକାର ଏଫ-୧୬ ଯୁଦ୍ଧ ବିମାନ ସହିତ ସକ୍ରିୟ ଯୁଦ୍ଧ ମିସନରେ ଏହାର ସ୍ୱଦେଶୀ ଡ୍ରୋନଗୁଡ଼ିକୁ ନିୟୋଜିତ କରିଛି   । ଯୁଦ୍ଧରେ ଭାରୀ ଅସ୍ତ୍ରଶସ୍ତ୍ର ଓ ତୋପ ବ୍ୟବହାର କରାଯାଉଛି । ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ଘରଛାଡ଼ି ପଳାଉଛନ୍ତି ।   ଏହାରି ମଧ୍ୟରେ ତୁରନ୍ତ ନଃସର୍ତ୍ତ ଯୁଦ୍ଧବିରତି ପାଇଁ କାମ୍ୱୋଡିଆ   ଅପିଲ୍ କରିଛି ।  ଜାତିସଂଘରେ ଅବସ୍ଥାପିତ କାମ୍ୱୋଡିଆ ପ୍ରତିନିଧି ଏହି ସୂଚନା ଦେଇଛନ୍ତି  । 

Advertisment

ଥାଇଲାଣ୍ଡ ମଧ୍ୟ ଯୁଦ୍ଧ ବିରତି ନେଇ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ମାଲେସିଆ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛି । ଗତକାଲି ଜାତିସଂଘ ମହାସଚିବ ମଧ୍ୟ ଥାଇଲାଣ୍ଡ- ଜାତିସଂଘ ମଧ୍ୟରେ ସଂଘର୍ଷ ନେଇ ଉଦବେଗ ପ୍ରକାଶ କରିଥିଲେ । ସଂଯମ ଆଚରଣ ପାଇଁ ଦୁଇଦେଶକୁ ପରାମର୍ଶ ଦେଇଥିଲେ । ଆମେରିକା ଓ ଚୀନ ମଧ୍ୟ ଏହି ଯୁଦ୍ଧ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗିଛି ଏହି ଲଢ଼େଇ ।