ଚାନ୍ଦା ମାଗିଲେ ୧୧୨ରେ ଫୋନ କର .. ପାର୍ବଣ ପୂର୍ବରୁ ଅନୁଗୁଳ ଏସ୍‌ପିଙ୍କ କଠୋର ଆଭିମୁଖ୍ୟ

ଚାନ୍ଦା ଆଉ ସାଉଣ୍ଡକୁ ନେଇ କଟକଣା ରହିଛି । ପୂଜା ପାଇଁ ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ କଠୋର ଆଭିମୁଖ୍ୟ ।

chanda

chanda Photograph: (KanakNews)

କନକ ବ୍ୟୁରୋ : ଆଗକୁ ପାର୍ବଣ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପୁଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ଚାନ୍ଦା ଆଉ ସାଉଣ୍ଡକୁ ନେଇ କଟକଣା ରହିଛି । ପୂଜା ପାଇଁ ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ କଠୋର ଆଭିମୁଖ୍ୟ । ଜିଲ୍ଲାର ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ । ବେଆଇନ ଚାନ୍ଦା ଆଦାୟ କ୍ଷେତ୍ରରେ ଗ୍ରହଣ କର ଜିରୋ ଟଲେରାନସ୍ ନୀତି । ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିବାକୁ ନିର୍ଦେଶ ଦେଇଛନ୍ତି ଏସ୍‌ପି । 

ଚାନ୍ଦା ଆଦାୟ ପ୍ରସଙ୍ଗରେ ଲୋକଙ୍କୁ ଅନୁଗୁଳ ଏସ୍‌ପିଙ୍କ ପରାମର୍ଶ
ଜୋର୍ ଜବରଦସ୍ତ ଚାନ୍ଦା ମାଗୁଥିଲେ, ୧୧୨ରେ କଲ କରନ୍ତୁ
ତାଳଚେରରେ ଶୃଙ୍ଖଳିତ ଗଣେଶ ପୂଜା ଲାଗି ଅନୁଗୁଳ ପୁଲିସର ସ୍ବତନ୍ତ୍ର ବ୍ୟବସ୍ଥା 
ପୂଜା ବେଳେ ତାଳଚେରରେ ରହିବେ ଡିଏସ୍‌ପି ଓ ଆଇଆଇସି
ମୁତୟନ ହେବେ ୮ରୁ ୧୦ ପ୍ଲାଟୁନ ଫୋର୍ସ 
ଆଣ୍ଟି ସ୍ନାଚିଂ ଟିମ୍ ନିୟୋଜିତ ହେବେ
ସବୁ ପୂଜା ମଣ୍ଡପରେ ଲାଗିବ ସିସିଟିଭି
ଏଥର ଭସାଣୀରେ ଡିଜେକୁ ଦିଆଯିବନି ଅନୁମତି
ସବୁ ପୂଜା ମଣ୍ଡପକୁ ଜାରି ହୋଇଛି ଏସ୍‌ଓପି
ଓଡ଼ିଶା ପୁଲିସର ଅପରେସନ ଗରୁଡ଼ ଜରିଆରେ ଅପରାଧ ନିରୋଧୀ କାର୍ଯ୍ୟକଳାପ
୩୦୦ ଏନବିଡବ୍ଲୁ କାର୍ଯ୍ୟକାରୀ କରିଛି ଅନୁଗୁଳ ପୁଲିସ 
୧୧ଟି ଦେଶୀ ବନ୍ଧୁକ ସମେତ ୫ଟି ପିସ୍ତଲ ଓ ୧୦ ଜୀବନ୍ତ ଗୁଳି ଜବତ
ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୪୦୦ ଜଣଙ୍କ ବିରୋଧରେ ମାମଲା
ବେଆଇନ ମଦ କାରବାର ଉପରେ ଚଢ଼ାଉ କରି ୧୩୫ଟି ମାମଲା ରୁଜୁ
ଅଢ଼େଇ ହଜାରରୁ ଅଧିକ ଲିଟର ମଦ ଜବତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe