କନକ ବ୍ୟୁରୋ:  ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି। ଜନ୍ମ ନେଇଛି ବାଛୁରୀ। ସେ ରହୁଥିବା ଲୋକକଲ୍ୟାଣ ମାର୍ଗ ବାସଭବନକୁ ନୂଆ ଅତିଥି ଆସିବା ନେଇ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ଏହି ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖାଯାଇଥିବା ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ଗାଈ ଏହି ବାଛୁରୀକୁ ଜନ୍ମ ଦେଇଛି । ଏବଂ ବାଛୁରୀର କପାଳରେ ଜ୍ୟୋତି ଚିହ୍ନ ଥିବାରୁ ବାଛୁରୀର ନାମ ଦୀପଜ୍ୟୋତି ରଖିଛନ୍ତି ମୋଦୀ ।