ଖାଇଗଲେ ଗରିବ ଆଦିବାସୀଙ୍କ ଟଙ୍କା ; ସିଏଜି ରିପୋର୍ଟରେ ଆସିଲା ସତ

ଖାଇଗଲେ ଆଦିବାସୀଙ୍କ ଟଙ୍କା । ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ଆଦିବାସୀଙ୍କ କଲ୍ୟାଣ ପାଇଁ ଆସୁଥିବା ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରୁଥିଲେ ବାବୁ । ମୋବାଇଲ୍‌ ରିଚାର୍ଜ କରୁଥିଲେ, ବିଦ୍ୟୁତ୍‌- ପାଣି ବିଲ୍ ଦେଉଥିଲେ ।

14

କନକ ବ୍ୟୁରୋ: ଖାଇଗଲେ ଆଦିବାସୀଙ୍କ ଟଙ୍କା । ସରକାର ଆଦିବାସୀଙ୍କ କଲ୍ୟାଣ ବାବଦରେ ଖର୍ଚ୍ଚ କରିବାକୁ ଟଙ୍କା ଦେଉଥିଲେ । କିନ୍ତୁ ଅଧିକାଂଶ ଟଙ୍କା ଯନ୍ତ୍ରୀମାନଙ୍କ ପକେଟ୍‌କୁ ଯାଉଥିଲା । କାର୍ଯ୍ୟ ଦାୟିତ୍ବରେ ଥିବା‌ ଯନ୍ତ୍ରୀମା‌ନେ ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ପଠାଉଥିଲେ । ସେହି ଟଙ୍କାକୁ ଏଟିଏମ୍‌ ଜରିଆରେ ଉଠାଉଥିଲେ । ୟୁପିଆଇ ଜରିଆରେ ଅନ୍ୟକୁ ପଠାଉଥିଲେ । ମୋବାଇଲ୍‌ ରିଚାର୍ଜ କରୁଥିଲେ । ବିଦ୍ୟୁତ୍‌ ଓ ପାଣି ବିଲ୍ ଦେଉଥିଲେ । ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ଷ୍ଟକ୍ ବଜାରରେ ନିବେଶ କରୁଥିଲେ । ଚେକ୍‌ ଜରିଆରେ ଟଙ୍କା ଉଠାଉଥିଲେ । ନିଜ ବ୍ୟକ୍ତିଗତ ବୀମାର ପ୍ରିମିୟମ ଦେଉଥିଲେ । ଏକଥା ସିଏଜି ରିପୋର୍ଟରେ ଜଣାପଡ଼ିଛି ।

ଗରିବ ଆଦିବାସୀଙ୍କ ଟଙ୍କାକୁ  ସବୁ ପ୍ରକାର ସମ୍ଭବ ବାଟରେ ଚଳୁ କରିଛନ୍ତି ଅଧିକାରୀ । ସିଏଜି ରିପୋର୍ଟରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଆଦିବାସୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ପାଣ୍ଠିକୁ କିଭଳି ଆଖିବୁଜା ହଡ଼ପ କରାଯାଇଛି, ତାହାର ସତ୍ୟ ସାମ୍ନାକୁ ଆସିଛି । ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ୨୦୨୩ ମାର୍ଚ୍ଚ ସୁଦ୍ଧା ଅନୁପାଳନ ସମୀକ୍ଷା ରିପୋର୍ଟରେ ଅନେକ ସାଂଘାତିକ ତଥ୍ୟ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe