କନକ ବ୍ୟୁରୋ: ସିଏଜି ରିପୋର୍ଟ ଖୋଲିଦେଲା ବିଶ୍ବବିଦ୍ୟାଳୟରେ ହୋଇଥିବା ମନଇଚ୍ଛା ଟଙ୍କା ଖର୍ଚ୍ଚର କେଳେଙ୍କାରୀ । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ସରକାର ବିଶ୍ବବିଦ୍ୟାଳୟଗୁଡ଼ିକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । କିନ୍ତୁ ତାହା ଯେଉଁ କାମରେ ଲାଗିବା କଥା ଲାଗୁନାହିଁ। ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
- ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦୧୫-୨୦ରେ ମିଳିଥିଲା ୧୮ କୋଟି ଟଙ୍କାର ଅନୁଦାନ
- ଚାରିଟି ଡିଜି ସେଟ୍ କିଣିବାରେ ୩୭.୦୮ ଲକ୍ଷ ଏବଂ ସାଇନ୍ବୋର୍ଡ କିଣାରେ ୨୧.୪୯ ଲକ୍ଷ ଟଙ୍କା ଖର୍ଚ୍ଚ
- କୁଳପତିଙ୍କ ଡାଇନିଂ ଟେବୁଲ, ସୋଫା, ଶଯ୍ୟା ଓ ଚୌକି କିଣାରେ ୬.୪୮ ଲକ୍ଷ ଟଙ୍କା ଖର୍ଚ୍ଚ
- ୧.୩୮ କୋଟି ଟଙ୍କାରେ କିଣାଯାଇଥିବା ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍ଟପ୍ କିଣାଯାଇଥିଲା
- ସେହି ଲାପ୍ଟପ୍ଗୁଡ଼ିକୁ ବିଭିନ୍ନ ବିଭାଗର ଷ୍ଟାଫ୍ମାନଙ୍କ ଭିତରେ ବାଣ୍ଟିଦିଆଯାଇଥିଲା
- ୧୬ଟି ଲ୍ୟାପ୍ଟପ୍ ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ିରହିଥିଲା
- ଚଣ୍ଡିଖୋଲରେ ୫.୭୫ କୋଟି ଟଙ୍କା ବ୍ୟୟରେ ଏକ କୋଠା ନିର୍ମାଣ କରିଥିଲେ
- କିନ୍ତୁ ସେଥିପାଇଁ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବାକୁ ଭୁଲିଗଲେ
- ପରେ କୋଠାର ଅନେକ ବୈଦ୍ୟୁତିକ ଉପକରଣ, ସାନିଟାରି ଫିଟିଙ୍ଗ୍ସ ଓ ଗ୍ରିଲ୍ ଚୋରି ହୋଇଗଲା
- କମ୍ପ୍ୟୁଟର କିଣାରେ ଅନିୟମିତତା କେବଳ ଉତ୍କଳ ବିଶ୍ବବିଦ୍ୟାଳୟରେ ସୀମିତ ନଥିଲା
- ବିପିୟୁଟିରେ ମଧ୍ୟ ୧୮୦ଟି ଡେସ୍କଟପ୍ କମ୍ପ୍ୟୁଟର କିଣି ତାହାକୁ ବିଭିନ୍ନ ବିଭାଗ ଭିତରେ ବାଣ୍ଟି ଦିଆଯାଇଥିଲା
- ରମାଦେବୀ ମହାବିଦ୍ୟାଳୟରେ ପ୍ରକଳ୍ପର ମୂଲ୍ୟ ୪୦.୫୭ କୋଟି ଟଙ୍କାରୁ ୫୫.୬୭ କୋଟି ଟଙ୍କାକୁ ବୃଦ୍ଧି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/25/utkal-university-2025-09-25-10-20-11.jpg)