କନକବ୍ୟୁରୋ :  ଓଡ଼ିଶାକୁ ସିଏଜି ପ୍ରଶଂସା । ପ୍ରଥମ ଥର ପାଇଁ ସିଏଜି ରାଜ୍ୟ  ଫାଇନାନ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ ୨୦୨୨-୨୩ ଆର୍ଥିକ  ବର୍ଷରେ ରାଜସ୍ବ ବଳକା କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।  ଓଡ଼ିଶାର ରାଜସ୍ବ ବଳକା ୧୯ହଜାର ୪୫୬କୋଟି ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

Advertisment

ତାଲିକାର ପ୍ରଥମ ସ୍ଥାନରେ ଥିବା ଉତ୍ତରପ୍ରଦେଶର ରାଜସ୍ବ ବଳକା ୩୭ହଜାର ୨୬୩ କୋଟି ଟଙ୍କା ରହିଛି  ।   ସେହିପରି ତାଲିକାର  ଦ୍ବିତୀୟ ସ୍ଥାନରେ ଗୁଜରାଟ ରହିଥିବା ବେଳେ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି ।   ସିଏଜି ରିପୋର୍ଟ କହୁଛି ଯେ, ୨୦୨୨-୨୩ରେ ୧୬ଟି ରାଜ୍ୟ ରାଜସ୍ବ ବଳକା ଏବଂ ୧୨ଟି ରାଜ୍ୟ ରାଜସ୍ବ ନିଅଣ୍ଟିଆ ଥିଲେ । ରାଜସ୍ବ ବଳକା ଥିବା ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା,ଝାଡ଼ଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ତେଲେଙ୍ଗାନା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଗୋଆ ।