Cable were Photograph: (Kanak news)
କନକ ବ୍ୟୁରୋ: ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟ ଧୀରେ ଧୀରେ ହ୍ରାସ ପାଉଛି । ବିଭିନ୍ନ କେବୁଲ ଓ ଏଣ୍ଟରନେଟ ସଂସ୍ଥା ଦ୍ୱାରା ବିଦ୍ୟୁତ ଖୁଣ୍ଟରେ ଅବ୍ୟବସ୍ଥିତ ଭାବେ ତାର ଝୁଲାଇ ରଖାଯାଉଥିବାରୁ ସହରର ରୂପରେ ପଡ଼ୁଛି ଖରାପ ପ୍ରଭାବ । ଏଇ ଅବ୍ୟବସ୍ଥାକୁ ସଠିକ କରିବା ପାଇଁ ଏବେ ମାହାନଗର ନିଗମ ଆସିଛି କଡା ପଦେକ୍ଷପ ନେବ ।
ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଗୋଚ୍ଛା ଗୋଚ୍ଛା କେବୁଲ ତାର । ଗୋଟିଏ ଖୁଣ୍ଟରେ ଅନେକ ସଂସ୍ଥା ଅବଶ୍ୟକଠାରୁ ଅଧିକ ତାର ଲଗାଇ ରଖିଛନ୍ତି । ପୂରୁଣା କେବୁଲ ବାହାର କରାଯାଉନାହିଁ । ଫଳରେ ବର୍ଷ ବର୍ଷ ଧରି ତାର ତାଳେ ପଡ଼ି ସୃଷ୍ଟି କରୁଛି ବିପଦସଙ୍କୁଳ ପରିସ୍ଥିତି । ଆଜିକାଲି ଇଣ୍ଟରନେଟ ଓ କେବୁଲ ସଂସ୍ଥାର ସେବା ଲୋକମାନଙ୍କ ପାଇଁ ଦରକାର । କିନ୍ତୁ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ପାଳନ କରୁନାହାନ୍ତି ସଂସ୍ଥା ଗୁଡିକ । ତାର ଛିଡିଲେ ମରାମତି ବି ହେଉନି । ଆନାବଶ୍ୟକ କେବୁଲ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ସହରବାସୀ ।
ଆହୁରି ପଢ଼ନ୍ତୁ : ହି-ମ୍ୟାନ୍ଙ୍କ ସଂଘର୍ଷର କାହାଣୀ: ଗ୍ୟାରେଜ୍ରେ ଶୋଉଥିଲେ, ୨୦୦ଟଙ୍କାରେ ମାସେ ଚଳୁଥିଲେ
Follow Us