ବାତ୍ୟା ପାଇଁ ସଜାଗ ମୁଖ୍ୟମନ୍ତ୍ରୀ , ଲୋକସେବା ଭବନରେ ଆଉ କିଛି ସମୟପରେ ହେବ କ୍ୟାବିନେଟ ବୈଠକ । ପ୍ରଭାବିତ ହେବାକୁ ଥିବା ୯ ଜିଲ୍ଲାର ୯ ମନ୍ତ୍ରୀଙ୍କୁ ଦାୟିତ୍ବ ।

Advertisment

ବାତ୍ୟାକୁ ନେଇ ଭୟ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ହେବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଆଉ କିଛି ସମୟ ପରେ ଏହି ବୈଠକ ହେବାର ଅଛି ।

ବାତ୍ୟାକୁ ନେଇ ଭୟ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ହେବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଆଉ କିଛି ସମୟ ପରେ ଏହି ବୈଠକ ହେବାର ଅଛି ।

cabinate

କନକ ବ୍ୟୁରୋ : ବାତ୍ୟାକୁ ନେଇ ଭୟ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ହେବ କ୍ୟାବିନେଟ ବୈଠକ। ଲୋକସେବା ଭବନରେ ଆଉ କିଛି ସମୟ ପରେ ଏହି ବୈଠକ ହେବାର ଅଛି । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀମାନେ ଯୋଗଦେବେ ବୋଲି ସୂଚନା ମଳିଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହା ଆଜି ବାତ୍ୟାର ରୂପ ନେବ। ଏଥିପାଇଁ ୯ ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ରହିଛି । ଏଥିପାଇଁ ୯ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଓ କନକ ବର୍ଧନ ସିଂହଦେଓ କେନ୍ଦ୍ରପଡା ଜିଲ୍ଲା ବୁଝିବେ। ପୃଥ୍ବୀରାଜ ହରିଚନ୍ଦନଙ୍କୁ କଟକ ଓ ବିଭୂତି ଭୂଷଣ ଜେନା ଗଂଜାମ ଦାୟିତ୍ବରେ ରହିବେ । ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଜଗତସିଂହପୁର, ରବି ନାୟକଙ୍କୁ ବାଲେଶ୍ୱର, ସୂରଜ ସୂର୍ୟ୍ୟବଂଶୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।  ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୟୁରଭଂଜ, କୃଷ୍ଣ ଚନ୍ଦ୍ର ପାତ୍ର କେଉଁଝର ଦାୟିତ୍ବରେ ରହିବେ। ସେହିପରି ୬ ଆଇଏସଙ୍କୁ ମଧ୍ୟ ୬ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe