କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ଊଜ୍ଜ୍ୱଳା ଯୋଜନା ପାଇଁ ୧୨ ହଜାର କୋଟି, ତୈଳ କମ୍ପାନିକୁ ୩୦ ହଜାର କୋଟିର ଛାଡ଼

ଏହି ପ୍ୟାକେଜ କ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଆହୁରି ମଜବୁତ କରିବାକୁ ୧୨ ହଜାର ୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ ରୋଷେଇ ଗ୍ୟାସକୁ ଶସ୍ତା କରିବାକୁ ତୈଳ କମ୍ପାନିମାନଙ୍କୁ ୩୦ ହଜାର କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବିକାଶ ଓ ଭିତ୍ତିଭୂମିର ବିକାଶ ପାଇଁ ୪ ହଜାର ୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । 

15

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରି ୫୨,୬୬୭ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଏଲପିଜି, ଶିକ୍ଷା, ଭିତ୍ତିଭୂମି, ପୂର୍ବାଞ୍ଚଳର ବିକା ଉପରେ ଗୁରୁତ୍ୱ ଦିଆଯାଇଛି । 

ଏହି ପ୍ୟାକେଜ କ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଆହୁରି ମଜବୁତ କରିବାକୁ ୧୨ ହଜାର ୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ ରୋଷେଇ ଗ୍ୟାସକୁ ଶସ୍ତା କରିବାକୁ ତୈଳ କମ୍ପାନିମାନଙ୍କୁ ୩୦ ହଜାର କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବିକାଶ ଓ ଭିତ୍ତିଭୂମିର ବିକାଶ ପାଇଁ ୪ ହଜାର ୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । 

କ୍ୟାବିନେଟ୍ ବୈଠକରେ ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିରେ ତ୍ରିପୁରା ପାଇଁ ୪ ହଜାର ୨୫୦ କୋଟିର ସ୍ୱତନ୍ତ୍ର ବିକାଶ ପ୍ୟାକେଜ, ଦକ୍ଷିଣ ଭାରତରେ ସଡ଼କର ବିକାଶ ପାଇଁ ୨ ହଜାର ୧୫୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe