କନକ ବ୍ୟୁରୋ : ୱାକଫ୍ ବିଲରେ ହେବ ସଂଶୋଧନ । ଜେପିସି ରିପୋର୍ଟ ଅନୁଯାୟୀ ବିଲରେ ପରିବର୍ତ୍ତନ ହେବ ବୋଲି ଶୁଣିବାକୁ ମିଳୁଛି । ଏହାକୁ କେନ୍ଦ୍ର କ୍ୟାବିନେଟରୁ ମଞ୍ଜୁରୀ ବି ମିଳିଛି । ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ କରାଯିବ । ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିସ କରିଥିଲା । ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଯାଇଛି । ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି । ସଂଶୋଧନରେ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା ରହିଛି । ଏଥିସହ ଅତି କମରେ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକୁ ନିଷ୍ପତ୍ତି ହୋଇଛି ।
ୱାକଫ୍ ସଂସୋଧନ ବିଲକୁ କ୍ୟାବିନେଟ ମଞ୍ଜୁରୀ । ଜେପିସି ରିପୋର୍ଟ ଅନୁଯାୟୀ ବିଲରେ ହେବ ପରିବର୍ତ୍ତନ
ୱାକଫ୍ ବିଲରେ ହେବ ସଂଶୋଧନ । ଜେପିସି ରିପୋର୍ଟ ଅନୁଯାୟୀ ବିଲରେ ପରିବର୍ତ୍ତନ ହେବ ବୋଲି ଶୁଣିବାକୁ ମିଳୁଛି । ଏହାକୁ କେନ୍ଦ୍ର କ୍ୟାବିନେଟରୁ ମଞ୍ଜୁରୀ ବି ମିଳିଛି । ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
/kanak/media/media_files/2025/02/27/SipBI1MV2ERzV8NT6ZYr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)