କନକ ବ୍ୟୁରୋ: ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ । କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ମଞ୍ଜୁରୀ । ରାମନାଥ କୋବିନ୍ଦ ରିପୋର୍ଟକୁ ମିଳିଲା ମଞ୍ଜୁରୀ । ସଂସଦର ଶୀତ ଅଧିବେଶନରେ ବିଲ ଆଣିବେ ସରକାର । ବିଲ ଆସିଲେ ଦେଶରେ ହେବ ଏକକ ନିର୍ବାଚନ । ଏହି ରିପୋର୍ଟରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ମୁତାବକ ପ୍ରଥମେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯିବ ।