୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର : ନଭେମ୍ବରରୁ ଉଠିବ ଖରିଫ୍ ଧାନ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍‌ ସେମା ନିୟମ-୨୦୨୫କୁ କ୍ୟାବିନେଟ୍‌ରେ ମଂଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍‌ ସେମା ନିୟମ-୨୦୨୫କୁ କ୍ୟାବିନେଟ୍‌ରେ ମଂଜୁରୀ ମିଳିଛି ।

Cm-Mohan-Majhi

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକରେ ଶୁକ୍ରବାର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍‌ ସେମା ନିୟମ-୨୦୨୫କୁ କ୍ୟାବିନେଟ୍‌ରେ ମଂଜୁରୀ ମିଳିଛି । କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ସହ ମହିଳାମାନଙ୍କ ପାଇଁ ଅଧିକ କାର୍ଯ୍ୟ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ  ଶେଷ ହେବ । ଏହି ବର୍ଷବ୍ୟାପୀ ଅବଧୀ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ । ନଭେମ୍ବର ମାସରୁ ଖରିଫ ଋତୁରେ ଉତ୍ପାଦିତ ଧାନ କିଣାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ । କେବଳ ପଂଜୀକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟ କ୍ୟାବିନେଟ୍‌ର ଗୃହୀତ ନିଷ୍ପତ୍ତି କ୍ରମେ ‘ସ୍ବଚ୍ଛ ଓଡ଼ିଶା’ ନାମିତ ରାଜ୍ୟ ଯୋଜନାରେ ପାଞ୍ଚ ବର୍ଷର ଅବଧି ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।

ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଖରିଫ ଧାନ ସଂଗ୍ରହ 
ମେ ୨୦୨୬ରୁ ଜୁନ୍ ୨୦୨୬ ମଧ୍ୟରେ ରବି ଧାନ ସଂଗ୍ରହ
ମୋଟ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ 
ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ
ଅଣ ଗୁରୁତର ଓ ଛୋଟ ଅପରାଧ ପାଇଁ ଜେଲଦଣ୍ଡ ପରିବର୍ତ୍ତେ ଦେୱାନୀ ଓ ଫୌଜଦାରୀ ଦଣ୍ଡ ମିଳିବ 
ଏଣିକି ସମସ୍ତ ବର୍ଗର କାରଖାନାରେ ଦୈନିକ ୧୦ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବେ 
ପୂର୍ବରୁ ଏହା ୯ ଘଣ୍ଟା ରହିଥିଲା, ସାପ୍ତାହିକ କାର୍ଯ୍ୟସୀମା ପୂର୍ବଭଳି ୪୮ ଘଣ୍ଟା ରହିବ 
ତ୍ରୈମାସିକ ଓଭରଟାଇମ କାର୍ଯ୍ୟ ସୀମା ୧୧୫ରୁ ୧୪୪ ଘଣ୍ଟାକୁ ବୃଦ୍ଧି 
ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ନିୟମ ୨୦୨୫କୁ ଅନୁମୋଦନ
ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ
ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାକୁ ଅନୁମୋଦନ
ଖର୍ଚ୍ଚ ହେବ ୧୭୯୦ କୋଟି, ୫ ବର୍ଷରେ ସରିବ କାମ
ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ, ୫ ବର୍ଷ ପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ 
ସହରାଞ୍ଚଳକୁ ବର୍ଜ୍ୟମୁକ୍ତ ଓ ସ୍ବଚ୍ଛ କରିବା ଦିଗରେ ଆର୍ଥିକ ସହାୟତା ଯୋଗାଇବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe