ନୂଆପଡ଼ା ଉପନିର୍ବାଚନ ପାଇଁ ସଜବାଜ, ୯ରେ ଆସିବ ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସେପ୍ଟେମ୍ୱର ୧୫ ସୁଦ୍ଧା ପ୍ରକାଶ ପାଇବ ଚିଠା ଭୋଟର ତାଲିକା । ୧୫ ତାରିଖ ଭିତରେ କରିପାରିବେ ଦାବି ଓ ଆପତ୍ତି । ଅକ୍ଟୋବର ୯ରେ ଆସିବ ଚୂଡ଼ାନ୍ତ ଭୋଟର ତାଲିକା । 

Nuapada Bypolll

କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ବି ସିଇଓଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ୱର ୧୫ ତାରିଖ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ୧୫ ତାରିଖ ଭିତରେ ଯାହାର ଯାହା ଦାବି କିମ୍ବା ଆପତ୍ତି କରିବାର ଥିବ, କରିପାରିବେ । ଅକ୍ଟୋବର ୯ ତାରିଖରେ  ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨ ଦିନ ତଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ପୁଅ ଜୟ ଢୋଲକିଆ ବିଜେଡି ବିଧାୟକଙ୍କ ମୃତ୍ୟୁ ଖବର ସେୟାର କରିଥିଲେ । ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe