କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ବି ସିଇଓଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ୱର ୧୫ ତାରିଖ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ୧୫ ତାରିଖ ଭିତରେ ଯାହାର ଯାହା ଦାବି କିମ୍ବା ଆପତ୍ତି କରିବାର ଥିବ, କରିପାରିବେ । ଅକ୍ଟୋବର ୯ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨ ଦିନ ତଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ପୁଅ ଜୟ ଢୋଲକିଆ ବିଜେଡି ବିଧାୟକଙ୍କ ମୃତ୍ୟୁ ଖବର ସେୟାର କରିଥିଲେ । ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/13/nuapada-bypolll-2025-09-13-17-10-37.jpg)