କନକ ବ୍ୟୁରୋ: ଭାରତୀୟ ଉଡାଣ କ୍ଷେତ୍ରରେ ବଡ ଖବର । କାରଣ ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ଭାଗିଦାରୀ ଥିବା ଏୟାରଲାଇନ୍ସ କମ୍ପାନୀ ଭିସ୍ତାରା ଆଜି ନିଜର ଶେଷ ଉଡାଣ ଭରୁଛି । କାଲିଠାରୁ ଏହା ଏୟାର ଇଣ୍ଡିଆ ସହ ମିଶିଯିବ । ନିଜର ସ୍ୱତନ୍ତ୍ର ନାଁରେ ଆଉ କାର୍ଯ୍ୟ କରିବ ନାହିଁ । ଏହାର ସମ୍ପୂର୍ଣ୍ଣ ପରିଚାଳନା ଏୟାର ଇଣ୍ଡିଆ ଦ୍ୱାରା ହେବ ।
ନଭେମ୍ବର ୧୨ ତାରିଖରୁ ଭିସ୍ତାରା ଆଉ ଆକାଶରେ ନଜର ଆସିବ ନାହିଁ । ଏହାର ଏୟାର ଇଣ୍ଡିଆ ସହ ମର୍ଜ କରିବ । ଏହାପରେ ପ୍ରଥମ ମାସରେ ଭିସ୍ତାରା ଟିକେଟ କାଟୁଥିବା ୧ ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ । ଯାତ୍ରୀଙ୍କୁ ଏଥିରେ ଭିସ୍ତାରା ଦେଉଥିବା ସମସ୍ତ ସୁବିଧା ମିଳିବ ।
ଏୟାର ଇଣ୍ଡିଆ ଓ ଭିସ୍ତାରା ମର୍ଜର ହେବା ନେଇ ୨୦୨୨ ନଭେମ୍ବର ୨୨ ତାରିଖରେ ଘୋଷଣା କରାଯାଇଥିଲା । ଏଥିପାଇଁ ୨୦୨୪ ନମ୍ବେର ୧୨ ତାରିଖ ଯାଏଁ ଡେଡଲାଇନ ଦିଆଯାଇଥିଲା । ସବୁଠୁ ଖାସ୍ କଥା ହେଉଛି ଦୁଇ ଏୟାରଲାଇନ୍ସ ମିଶିବା ପରେ ସିଙ୍ଗାପୁର ଏୟାରଲାଇନ୍ସ , ଏୟାର ଇଣ୍ଡିଆରେ ୩୧୯୫ କୋଟି ଟଙ୍କାର ଅତିରିକ୍ତ ନିବେଶ କରିବ । ଏଥିରେ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଭାଗିଦାରୀ ରହିବ ।
କହିରଖୁଁ, ଭିସ୍ତାରା ଏୟାରଲାଇନ୍ସର ଆରମ୍ଭ ଟାଟା ଗ୍ରୁପ ଓ ସିଙ୍ଗାପୁର ଏୟାରଲାଇନ୍ସର ଭାଗିଦାରୀରେ ୨୦୧୫ରେ ଆରମ୍ଭ ହୋଇଥିଲା । ଏଥିରେ ସିଙ୍ଗାପୁର ଏୟାରଲାଇନ୍ସର ୪୯ପ୍ରତିଶତ ଓ ଟାଟା ଗ୍ରୁପର ୫୧ ପ୍ରତିଶତ ଭାଗିଦାରୀ ଥିଲା ।