କନକବ୍ୟୁରୋ: ଆଜି ଅପରାହ୍ନ ସୁଦ୍ଧା ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ବାଭାବିକ ହେବ ବିଦ୍ୟୁତ୍ ସେବା। ବାତ୍ୟା ଦାନା ମୁକାବିଲା ସମୀକ୍ଷା କରିବା ପରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପ୍ରାୟ ୮ଲକ୍ଷ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ୧୪ଲକ୍ଷ ୮୦ହଜାର ଘରକୁ ବିଜୁଳି ପୁନଃ ସଂଯୋଗ କରାଯାଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ, ପ୍ରାୟ ୧ଲକ୍ଷ ୭୫ହଜାର ଏକର ଚାଷଜମି କ୍ଷୟକ୍ଷତି ହୋଇଛି ।
ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି, ତା’ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ।