କନକ ବ୍ୟୁରୋ: ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ଭା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହହିତାଧିକାରୀ।  କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ହିତାଧିକାରୀ ଅପ୍ଟ ଆଉଟ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ଅପ୍ଟ ଇନ କଲେଣି ୧୭ ହଜାର ମହିଳା ହିତାଧିକାରୀ।  ମୋଟ ୩୧ହଜାର ମହିଳା ଅପ୍ଟ ଆଉଟ ହୋଇଥିବାବେଳେ ୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି। ବାକି ୧୪ ହଜାର ମହିଳା ଅପ୍ଟ ଇନ କରିନାହାଁନ୍ତି।  ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରୀ କରିଥାଇପାରନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।