କନକ ବ୍ୟୁରୋ: ମଙ୍ଗଳବାର ରାତିରେ ପାକିସ୍ତାନ ଓ ପିଓକେରେ ଏୟାରଷ୍ଟାଇକ କରି ୯ ଆତଙ୍କବାଦୀ ଠିକଣାକୁ ଧ୍ବସ୍ତ କରିଦେଇଛି ଭାରତ। 'ଅପରେସନ ସିନ୍ଦୂର'ରେ ୩ ସେନାର ମିଳିତ ଅପରେସନରେ ଭାରତର ଯୋଦ୍ଧାମାନେ ପାକିସ୍ତାନର ୪ ଓ ପିଓକେର ୫ ଠିକଣାକୁ ଟାର୍ଗେଟ କରିଥିଲେ । ଭାରତୀୟ ଗୁଇନ୍ଦା ସଂସ୍ଥା RAW ସବୁ ଟାର୍ଗେଟକୁ ଚିହ୍ନଟ କରିଥିଲା ।
'ଅପରେସନ ସିନ୍ଦୂର' ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଗଣମାଧ୍ୟମ ସାମନାକୁ ଆସିଥିଲେ ଏହି ଦୁଇ ମହିଳା ଅଧିକାରୀ । ଦୁଇଜଣ ମହିଳା ହେଉଛନ୍ତି କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଆଉ ପାକିସ୍ତାନ ଉପରେ ଭାରତ ଆକ୍ରମଣର ସମ୍ପୂର୍ଣ୍ଣ ତଥ୍ୟ ଦେବା ପରେ ଉଭୟ ବନି ଯାଇଛନ୍ତି ଭାରତୀୟ ନାରୀ ଶକ୍ତିର ପ୍ରତୀକ।
ସୋଫିଆ କ୍ୟୁରେସି କିଏ ?
୧୯୯୯ରେ ମାତ୍ର ୧୭ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ ସୋଫିଆ
୬ ବର୍ଷ ଜାତିସଂଘର ଶାନ୍ତିସେନାରେ କାମ କରିସାରିଛନ୍ତି
୨୦୦୬ରେ କଙ୍ଗୋରେ ଉଲ୍ଲେଖନୀୟ ଯୋଗଦାନ
ଶାନ୍ତି ଅଭିଯାନରେ ପ୍ରମୁଖ ଭୂମିକା ନେଇଥିଲେ ସୋଫିଆ
୨୦୧୬ରେ ବହୁରାଷ୍ଟ୍ରୀୟ ଅଭ୍ୟାସରେ ସେନାର ନେତୃତ୍ବ
ଅଭ୍ୟାସରେ ୧୮ଟି ଦେଶ ସାମିଲ
ସୋଫିଆ ଏକମାତ୍ର ମହିଳା ଭାବେ ସେନାର ନେତୃତ୍ବ ନେଇଥିଲେ
ସେନାରେ ସିଗନାଲ କପ୍ସ ଅଫିସର ଥିଲେ
ସୋଫିଆଙ୍କ ଜେଜେ ସେନାରେ ଥିଲେ
ଅପରେସନ ସିନ୍ଦୂର ସମ୍ପର୍କରେ ବାୟୁସେନା ଅଧିକାରୀ ବ୍ୟୋମିକା ସିଂହ ଗଣମାଧ୍ୟମକୁ ସୂଚନା ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ବ୍ୟୋମିକା ସିଂହ କିଏ?
ଭାରତୀୟ ବାୟୁସେନାର ପାଇଲଟ୍ ବ୍ୟୋମିକା
ପିଲାଦିନୁ ପାଇଲଟ୍ ହେବାକୁ ଚାହୁଁଥିଲେ
ଏନ୍ସିସି କ୍ୟାଡେଟ୍ ଥିଲେ ବ୍ୟୋମିକା
୨୦୦୪ ଡିସେମ୍ବର ୧୮ରେ ଉଡ଼ାଣ ଅନୁମତି ପାଇଲେ
୨୦୧୭ ଡିସେମ୍ବର ୧୮ରେ ୱିଙ୍ଗ୍ କମାଣ୍ଡର
ଚେତକ ଓ ଚିତା ହେଲିକପ୍ଟର ଉଡ଼ାଇଛନ୍ତି ବ୍ୟୋମିକା
ଉଦ୍ଧାର, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାମିଲ
୨୫୦୦ ଘଣ୍ଟା ବିମାନ ଉଡ଼ାଇବାର ରେକର୍ଡ
ଅରୁଣାଚଳ ପ୍ରଦେଶରେ ଗୁରୁତରଙ୍କୁ ଉଦ୍ଧାର କରିଥିଲେ
୨୧, ୬୫୦ ଫୁଟ୍ ଉଚ୍ଚତାରେ ଉଡ଼ାଇଥିଲେ ହେଲିକପ୍ଟର
ମଣିରଙ୍ଗ ପର୍ବତ ଉପରେ ଉଡ଼ାଇଥିଲେ ବ୍ୟୋମିକା
ପହଲଗାମରେ ନିରୀହ ମହିଳାଙ୍କ ଆଗରେ ଧର୍ମ ପଚାରି ପୁରୁଷଙ୍କୁ ହତ୍ୟା କରିଥିଲେ। ଗତ ରାତିରେ ଏୟାରଷ୍ଟ୍ରାଇକ୍ କରି ଧର୍ମର କଡା ଜବାବ ଦେଇଛି ଭାରତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/07/G0tUHhPnzyGqxYkAHYKJ.jpg)