କନକ ବ୍ୟୁରୋ : ଟିଭିକେର ଏଭଳି ଘୋଷଣା ତାମିଲନାଡୁ ବିଧାନସଭା ନିର୍ବାଚନକୁ ରୋଚକ ମୋଡରେ ପହଁଚାଇଛି । ସବୁବେଳେ ରାଜ୍ୟରେ ଦୁଇଟି ମେଣ୍ଟ ଡିଏମକେ ଓ ଏଆଇଡିଏମକେ ମଧ୍ୟରେ ଲଢ଼େଇ ହୁଏ । କେବଳ ୨୦୨୪ ଲୋକସଭା ନିର୍ବାଚନକୁ ଛାଡିଦେଲେ ଆଉ ପ୍ରାୟ ସମସ୍ତ ନିର୍ବାଚନରେ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡିକ ଏହି ଦୁଇ ମେଣ୍ଟରେ ସାମିଲ ହୋଇଛନ୍ତି । ଏବେ ଟିଭିକେର ଘୋଷଣା ପରେ ରାଜ୍ୟରେ ଆଉ ଏକ ମେଣ୍ଟ ଗଠନ ହେବା ନିଶ୍ଚିତ ହୋଇଛି । ଏଥିରେ ଅନ୍ୟ ଦୁଇଟି ମେଣ୍ଟରେ ସାମିଲ ହୋଇନଥିବା ପିଏମକେ ତଥା ଅନ୍ୟ ଦଳ ମିଶି ପାରନ୍ତି ।

Advertisment

ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା ତାଙ୍କ ପ୍ରଶଂସକମାନଙ୍କ ଆଧାରରେ ବିଜୟ ରାଜନୀତିରେ ମଧ୍ୟ ଅନ୍ୟ ଦୁଇ ମେଣ୍ଟକୁ ଟକ୍କର ଦେବେ ବୋଲି ଆଶା ରଖିଛନ୍ତି । ସେଥିପାଇଁ ବିଜୟଙ୍କ ଟିଭିକେକୁ ଏଆଇଏଡିଏମକେ ମେଣ୍ଟରେ ସାମିଲ ପାଇଁ ବିଜେପି ବହୁ ଉଦ୍ୟମ କରିଛି ମାତ୍ର ଆଜିର ଘୋଷଣା ପରେ ବିଜୟଙ୍କ ନେତୃତ୍ବରେ ଟିଭିକେ ନିଜର ଏକ ମେଣ୍ଟ କରିବା ସ୍ପଷ୍ଟ ହୋଇଛି ।

ଜନ ନାୟଗଣକୁ ନିଜ ଜୀବନର ଶେଷ ଚଳଚିତ୍ର ଭାବେ ଅବିହିତ କରି ବିଜୟ ଏବେ ରାଜନୀତରେ ପୂରା ସମୟ ଦେଉଛନ୍ତି । ଏହା ସତ ଯେ ତାମିଲନାଡୁ ରାଜନୀତିରେ ଲୋକପ୍ରିୟ ଚଳଚିତ୍ର ତାରକାମାନେ ଖୁବ ସଫଳ ହୋଇଛନ୍ତି । ଯେପରି କି ଏମଜି ରାଘବେନ୍ଦ୍ରେନ ଓ ଜୟ ଲଲୀତା । ଏହା ସହ ତାଳ ଦେଇ ବହୁ ଚଳଚିତ୍ର ତାରକା ତଥା କମଲ ହାସନ, ରଜନୀକାନ୍ତ ରାଜନୀତିରେ ଏତେଟା ସଫଳ ହୋଇନାହାଁନ୍ତି । ତେବେ ବିଜୟଙ୍କ ରାଜନୀତି ଯାତ୍ରାର ସଫଳତା ଆଗାମୀ ଦିନର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି ।  ତାରକା ରାଜନୀତି କରିବେ ନା ପୁଣି ଫିଲ୍ମ ଦୁନିଆକୁ ଫେରିବେ ସମୟ ହିଁ କହିବ ।