କନକ ବ୍ୟୁରୋ: ଗ୍ରାହକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ । ୨୦୨୩-୨୪ ଅର୍ଥାତ ଗୋଟିଏ ବର୍ଷରେ ୨ ହଜାର ୮ ଶହ ୪୬ ଦୋକାନୀ ମାପ ଓ ଓଜନରେ ଅନିୟମିତତା କରିଛନ୍ତି । ସେହିପରି ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ମାପରେ ଅନିୟମିତତା ହେଉଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ଖାଲି ସେତିକି ନୁହେଁ, ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଅନିୟମିତତା କରୁଥିବା ଯାଞ୍ଚବେଳେ ଜଣାପଡିଛି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦୧ ଅସାଧୁ ବ୍ୟବସାୟୀ ଵଟକରା, ୯୫ ବ୍ୟବସାୟୀ ପଳାରେ ଅନିୟମିତତା କରୁଥିବା ନଜରକୁ ଆସିଛି ।