ବ୍ୟବସାୟୀଙ୍କୁ ଅପହରଣ କରିନେଲେ ; ଟଙ୍କା ନେଇ ଫେରୁଥିବାବେଳେ ଉଠାଇନେଲେ ଦୁର୍ବୃତ୍ତ

କୋରାପୁଟ ବୈପାରିଗୁଡା ପାଡୁଗାଁର ବ୍ୟବସାୟୀ କେ. ସତ୍ୟାଙ୍କୁ ଗତକାଲି ରାତିରେ ଅପହରଣ ଅଭିଯୋଗ।  ଟଙ୍କା ନେଇ ପାଡୁଆ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରୁ ଉଠାଇନେଇଥିବା ଥାନାରେ ଏତଲା । ଫୋନ୍‌ ଟ୍ରାକ୍ କରି ଖୋଜୁଛି ପୋଲିସ।

21b

କନକ ବ୍ୟୁରୋ: ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ବୈପାରିଗୁଡା ପାଡୁଆ ଗ୍ରାମର ଜଣେ ବ୍ୟବସାୟୀ କେ. ସତ୍ୟାଙ୍କୁ ବ୍ରିଜ୍ ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ବୈପାରିଗୁଡା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଶନିବାର ରାତିରେ ଏହି ଅପହରଣ ହୋଇଥିବା ଜଣାପଡିଛି । କିଛି ଡକାୟତ ଏକାଠି ହୋଇ ବ୍ରିଜ୍ ଉପରେ ତାଙ୍କ ଗାଡିକୁ ଅଟକାଇଥିଲେ । ପରେ ବ୍ୟବସାୟୀଙ୍କ ଅପହରଣ କରିନେଇଥିବା ବ୍ୟବସାୟୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । 

ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବା ପାଇଁ ଶନିବାର ସନ୍ଧ୍ୟାରେ ସତ୍ୟା ପାଡୁଆରୁ ନିଜ କାରରେ ଜୟପୁର ଯାଇଥିଲେ । ଆଉ ଟଙ୍କା ନେଇ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରେ ଏହି ଘଟଣା ଘଟିଛି । ଏବେ ସୁଦ୍ଧା ବ୍ୟବସାୟୀଙ୍କ କୌଣସି ଖୋଜ୍ ଖବର ମିଳିନଥିବା ବେଳେ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe