କନକ ବ୍ୟୁରୋ : ଖତ ଖାଉଛି କୋଟି କୋଟି ଟଙ୍କାର ବସ୍ । ଖାଲି ଖତ ଖାଉଛି ତା ନୁହେଁ, ଅନେକ ବସର ଦାମୀ ଯନ୍ତ୍ରାଂଶ ବି ଚୋରି ହୋଇଗଲାଣି । କାହାର ଇଂଜିନ୍ ନାହିଁ ତ କାହାର ଚକ ଖୋଲି ନିଆଯାଇଛି । କିଏ ନେଲା କୁଆଡ଼େ ଗଲା ସେ ନେଇ ବି ସମସ୍ତେ ଚୁପ୍
ଅଧିକ ପଢ଼ନ୍ତୁ : ଦଲାଲଙ୍କଠାରୁ ବି ସାଂଘାତିକ ଏହି ଆରଟିଓ ଅଧିକାରୀ ; ରାସ୍ତାରେ ଗାଡି ରୋକି ଆଦାୟ କରାଉଥିଲେ ଟଙ୍କା, ବାନ୍ଧିଲା ପୋଲିସ
ସମ୍ବଲପୁର ଆରଟିଓ କାର୍ଯ୍ୟାଳୟରେ ଥିବା ବସ୍ ଗୁଡିକ ଏବେ ଖତ ଖାଉଛି । ୨୦୧୪ରେ ସିଟି ବସ୍ ସେବା ପାଇଁ କିଣାଯାଇଥିବା ୪୮ଟି ବସ୍ ମଧ୍ୟରୁ ୨୪ଟି ପଡ଼ିରହିଛି । ଆପଣ ଜାଣି ଆଶ୍ଚାର୍ଯ୍ୟ ହେବେ ଏସବୁ ବସ୍ ଭିତରୁ ଅଧିକାଂଶ ବସର ନାହିଁ ଇଞ୍ଜିନ୍ । କାହାର ଦାମୀ ଯନ୍ତ୍ରାଂଶ ନାହିଁ ତ କାହାର ଚକ ଖୋଲି ନିଆଯାଇଛି। ତେବେ କିଏ ନେଲା କୁଆଡ଼ି ଗଲା ସେ ନେଇ କାହାପାଖେ ନାହିଁ ଉତ୍ତର।
ଅଧିକ ପଢ଼ନ୍ତୁ : କୋଟିପତି ଆରଟିଓ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।
ବସ୍ ଆସିବା ବେଳେ ସିଟି ବସ୍ ଚଳାଚଳର ଦାୟିତ୍ବ ନେଇଥିଲା ୱେଷ୍ଟର୍ଣ୍ଣ ଓଡ଼ିଶା ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ । ୫ରୁ ୬ ବର୍ଷ ଚାଲିବା ପରେ ଏହି ବସଗୁଡ଼ିକୁ ସମ୍ବଲପୁର ମୁଦିପଡ଼ାସ୍ଥିତ ଡିପୋରେ ପକାଇ ଦିଆଯାଇଥିଲା। ସେଠାରୁ ଯନ୍ତ୍ରାଂଶ ଚୋରି ହୋଇଥିବା କୁହାଯାଉଛି। ଏନେଇ ସମ୍ବଲପୁର ଆରଟିଓ କହିଛନ୍ତି, ବସ୍ ଯେମିତି ଅବସ୍ଥାରେ ଅଛି ସେମିତି ଅବସ୍ଥାରେ ଡିପୋରୁ ଅଣାଯାଇଥିଲା। ଡିପୋରେ ରଖାଯାଇଥିବା ଏ ବସ୍ଗୁଡ଼ିକର ଦାୟିତ୍ବରେ କିଏ ଥିଲା? କେମିତି ବସଗୁଡ଼ିକରୁ ଏତେ ଯନ୍ତ୍ରାଂଶ ଚୋରି ହେଲା?
Follow Us