କନକ ବ୍ୟୁରୋ : ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିବ ସ୍ବତନ୍ତ୍ର ବସ୍ । ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରିବାକୁ ଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିବେ ଓଡ଼ିଶା ସରକାର । ଏହି ସେବା ୧୩ ଜାନୁଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଚାଲିବ । ଏହି ବସ ଗୁଡ଼ିକ ୪ଟି ମୁଖ୍ୟ ମାର୍ଗ ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଯଣାରୁ ଅଯୋଧ୍ୟା, ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଦେଇ ଚଳାଚଳ କରିବ । ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ ରହିବ । ଯାତ୍ରୀଙ୍କ ସୁବିଧା ପାଇଁ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ରହିବ । ଓଏସଆରସିଟି ଦ୍ବାରା ପରିଚାଳିତ ଏହି ପ୍ରିମିୟମ ବସ ସେବା ଯାତ୍ରୀଙ୍କୁ ସୁଗମ ଯାତ୍ରାର ଅନୁଭୁତି ଦେବ ।ଏହାଦ୍ବାରା ରାଜ୍ୟର ସମସ୍ତ ତୀର୍ଥଯାତ୍ରୀମାନେ ଉପକୃତ ହୋଇପାରିବେ ।
ଆହ୍ଲାବାଦ ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଚାଲିବ ବସ୍ । ଅଯୋଧ୍ୟା ଯାଏଁ ହାଇ ଏଣ୍ଡ ପ୍ରିମିୟମ ବସ୍ ସେବା
ଏହି ସେବା ୧୩ ଜାନୁଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଚାଲିବ । ଏହି ବସ ଗୁଡ଼ିକ ୪ଟି ମୁଖ୍ୟ ମାର୍ଗ ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଯଣାରୁ ଅଯୋଧ୍ୟା, ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଦେଇ ଚଳାଚଳ କରିବ । ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ ରହିବ । ଯାତ୍ରୀଙ୍କ ସୁବିଧା ପାଇଁ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି ।
/kanak/media/media_files/2025/01/08/u215alhTYWa6PXRviRyG.jpg)