କୁମ୍ଭ ମେଳା ପାଇଁ ଓଡିଶାରୁ ଉତ୍ତରପ୍ରଦେଶକୁ ଗଡିବ ବସ୍ ; ଜାନୁଆରୀ ୧୨ ରୁ ୨୬ ଯାଏଁ ସ୍ବତନ୍ତ୍ର ବସ୍ ସେବା

Advertisment

ପବିତ୍ର କୁମ୍ଭ ମେଳା ପାଇଁ  ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଡ଼ିବ ବସ । ଜାନୁଆରୀ ୧୨ ତାରିଖରୁ ଫେବ୍ରୁଆରୀ ୨୬ ଯାଏଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବସ ସେବା । ପୁରୀ, ସମ୍ୱଲପୁର, ଭବାନୀପାଟଣା, ବ୍ରହ୍ମପୁର ସହ ସିଧା ଯୋଡ଼ିହେବ ସଙ୍ଗମ ନଗରୀ ।

ପବିତ୍ର କୁମ୍ଭ ମେଳା ପାଇଁ  ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଡ଼ିବ ବସ । ଜାନୁଆରୀ ୧୨ ତାରିଖରୁ ଫେବ୍ରୁଆରୀ ୨୬ ଯାଏଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବସ ସେବା । ପୁରୀ, ସମ୍ୱଲପୁର, ଭବାନୀପାଟଣା, ବ୍ରହ୍ମପୁର ସହ ସିଧା ଯୋଡ଼ିହେବ ସଙ୍ଗମ ନଗରୀ ।

2ମମମମମମ

କନକ ବ୍ୟୁରୋ: ପବିତ୍ର କୁମ୍ଭ ମେଳା ପାଇଁ  ଓଡ଼ିଶାରୁ ଅଯୋଧ୍ୟାକୁ ଭାୟା ପ୍ରୟାଗରାଜ ଓ ବାରଣାସୀ ଦେଇ  ଗଡ଼ିବ ବସ୍ । ଶ୍ରଦ୍ଧାଳୁଙ୍କ ପାଇଁ ବସ ସେବା ଯୋଗାଇ ଦେବ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ବା ଙଝଜଞଉ । ଜାନୁଆରି ୧୨ ତାରିଖରୁ ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ବସ ସେବା । ପୁରୀ, ସମ୍ୱଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ଯାଏଁ ଓଏସଆରସିଟିସିର ସ୍ୱତନ୍ତ୍ର ବସ୍ ଶ୍ରଦ୍ଧାଳୁଙ୍କୁ ନେବ। 

ପ୍ରତି ମାର୍ଗ ପାଇଁ ୨ଟି ଲେଖାଏଁ ବସ ଗଡ଼ିବ। ଯାତ୍ରୀମାନେ ସୁଲଭ ମୂଲ୍ୟରେ ଏହି ପ୍ରିମିୟମ ସେବାର ଲାଭ ଉଠାଇ ପାରିବେ । ଏଥିପାଇଁ ଯାତ୍ରୀମାନେ ଓଏସଆରଟିସି ୱେବସାଇଟ ଓଏସଆରଟିସି ଡଟ ଓଆରଜି, ଓଏସଆରଟିସି ମୋବାଇଲ ଆପ କିମ୍ୱା ନିକଟସ୍ଥ ଓଏସଆରଟିସି ଟିକେଟ କାଉଣ୍ଟରକୁ ଯାଇ ଟିକେଟ କାଟି ପାରିବେ। ଏହାଛଡା ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ୨୪ ଘଣ୍ଟିଆ ହେଲ୍ପଡେକ୍ସ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe