କନକ ବ୍ୟୁରୋ: ପବିତ୍ର କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଭାୟା ପ୍ରୟାଗରାଜ ଓ ବାରଣାସୀ ଦେଇ ଗଡ଼ିବ ବସ୍ । ଶ୍ରଦ୍ଧାଳୁଙ୍କ ପାଇଁ ବସ ସେବା ଯୋଗାଇ ଦେବ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ବା ଙଝଜଞଉ । ଜାନୁଆରି ୧୨ ତାରିଖରୁ ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ବସ ସେବା । ପୁରୀ, ସମ୍ୱଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ଯାଏଁ ଓଏସଆରସିଟିସିର ସ୍ୱତନ୍ତ୍ର ବସ୍ ଶ୍ରଦ୍ଧାଳୁଙ୍କୁ ନେବ।
ପ୍ରତି ମାର୍ଗ ପାଇଁ ୨ଟି ଲେଖାଏଁ ବସ ଗଡ଼ିବ। ଯାତ୍ରୀମାନେ ସୁଲଭ ମୂଲ୍ୟରେ ଏହି ପ୍ରିମିୟମ ସେବାର ଲାଭ ଉଠାଇ ପାରିବେ । ଏଥିପାଇଁ ଯାତ୍ରୀମାନେ ଓଏସଆରଟିସି ୱେବସାଇଟ ଓଏସଆରଟିସି ଡଟ ଓଆରଜି, ଓଏସଆରଟିସି ମୋବାଇଲ ଆପ କିମ୍ୱା ନିକଟସ୍ଥ ଓଏସଆରଟିସି ଟିକେଟ କାଉଣ୍ଟରକୁ ଯାଇ ଟିକେଟ କାଟି ପାରିବେ। ଏହାଛଡା ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ୨୪ ଘଣ୍ଟିଆ ହେଲ୍ପଡେକ୍ସ ବ୍ୟବସ୍ଥା କରାଯାଇଛି।