ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ; ଗଜପତି ଜିଲ୍ଲାରୁ ଗଡୁନି ଘରୋଇ ବସ୍

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ; ଗଜପତି ଜିଲ୍ଲାରୁ ଗଡୁନି ଘରୋଇ ବସ୍   । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ  । ସେପଟେ ସମ୍ବଲପୁର କୁଚିଣ୍ଡାରେ ବସ୍ ସଂଘ ବିବାଦରୁ ଗଡ଼ୁନି ବସ୍ ।

laxmi bus--------

କନକ ବ୍ୟୁରୋ: ପୁଣି ଦେଖାଦେଲା ଲକ୍ଷ୍ମୀବସ୍ ତାତି । ଲକ୍ଷ୍ମୀ ବସକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ଗଜପତି ଜିଲ୍ଲା ବସ୍ ମାଲିକ ସଂଘ । ଫଳରେ ପାରଳାଖେମୁଣ୍ଡି ସହରରୁ ବ୍ରହ୍ମପୁର, ରାୟଗଡ଼ା ଓ ମୋହନା ରାସ୍ତାରେ ବେସରକାରୀ ବସ ଚଳାଚଳ ବନ୍ଦ ରହିଛି । 

ଆଜି ସକାଳୁ ଗୋଟିଏ ବି ବସ୍‌ ଗଡ଼ି ନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଯାତ୍ରୀ । ଲକ୍ଷ୍ମୀ ବସ୍ ଯୋଗୁଁ ବେସରକାରୀ ବସ ମାଲିକ ମାନେ କ୍ଷତି ସହୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବସ ମାଲିକ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବସ୍ ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆଲୋଚନା କରାଯାଇ ବିବାଦର ସମାଧାନ କରିବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe