ଟାକ୍ସ ଫାଙ୍କିବା କାଳ ହେଲା ; ୧୦ ଲକ୍ଷ ଫାଇନ୍ ଦେଲେ ବସ୍ ମାଲିକ

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଶିବ ଶଙ୍କର ବସ୍‌ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ ଆରଟିଓ । ଗାଡିର ନଥିଲା ପରମିଟ୍ ଓ ଫିଟ୍‌ନେସ୍ ସାର୍ଟିଫିକେଟ୍ ।

28

କନକ ବ୍ୟୁରୋ:  ଟାକ୍ସ ଫାଙ୍କିବା ପାଇଁ ବସ୍ ମାଲିକଙ୍କୁ ପଡ଼ିଲା ମହଙ୍ଗା । ୧୦ ଲକ୍ଷ ଟଙ୍କାର ଲାଗିଲା ଫାଇନ୍ । ଶିବଶଙ୍କର ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍‌ । ସରକାରଙ୍କୁ ଟାକ୍ସ ଫାଙ୍କିବା, ଗାଡ଼ିର ଇନ୍‌ସୁରାନ୍ସ ନାହିଁ, ରାସ୍ତାରେ ଚାଲିବାର ପରମିଟ୍‌ ବି ନଥିଲା। ଫିଟ୍‌ନେସ୍ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଥିଲା । ଆଉ ଗତକାଲି ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ବସ୍ ମାଲିକ । 

ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ RTO । ବସ୍‌ ନମ୍ବର ଓଡି 05 ଏଭି5465 । ଫିଟନେସ୍ ପାଇଁ ୫ହଜାର,  ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ  ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe