Kalinga ghati Photograph: (kanaknews)
କନକ ବ୍ୟୁରୋ, ଫୁଲବାଣୀ ବାଲିଗୁଡ଼ା କଳିଙ୍ଗା ଘାଟିରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ । ଜଣେ ମହିଳା ଯାତ୍ରୀ ମୃତ, ୮ ଆହତ । ଆହତଙ୍କୁ ଜି ଉଦୟଗିରି ଏବଂ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସରେ ୧୫ରୁ ଅଧିକ ଯାତ୍ରୀ ଥିବା ସୂଚନା ।
ଫିଲିପାଇନ୍ସକୁ ଛାରଖାର କଲା ଘୂର୍ଣ୍ଣିଝଡ଼, ୨୪୧ ଜଣଙ୍କ ମୃତ୍ୟୁ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
କଳିଙ୍ଗା ଘାଟିରେ ଅଘଟଣ ପରେ ଅଘଟଣ ଦେଖିବାକୁ ମିଳୁଛି । ବର୍ଷା ଦିନେ ଏହି ସ୍ଥାନରେ ବାରମ୍ବାର ଭୂସ୍ଖଳନ ଦେଖିବାକୁ ମିଳିଥିଲା । ବଡ଼ ବଡ଼ ପଥର ପାହାଡ଼ରୁ ଖସିବା ଫଳରେ ରାସ୍ତା ମଝିରୁ କଟିଯାଇଥିଲା । ଅର୍ଥାତ୍ ରାସ୍ତା ମଝିରୁ ବିଛିନ୍ନ ହୋଇଯାଇଥିଲା । ଯାତାୟତ ବନ୍ଦ ହୋଇଯାଇଥିଲା । ଏହା ପରେ ଯେତେବେଳେ ରାସ୍ତା କାମ ଚାଲିଥିଲା, ସେତେବେଳେ ପୁଣି ଥରେ ଖବର ଆସିଥିଲା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି । ଭାଗ୍ୟ ବସତଃ କୌଣସି ଜୀବନ ହାନି ହୋଇନଥିଲା । ଏହି ଘଟଣାକୁ କେଇ ମାସ ବିତିନଥିବା ବେଳେ ଆଜି କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।
Follow Us