କନକ ବ୍ୟୁରୋ: ସକାଳୁ ସକାଳୁ ଦୁର୍ଘଟଣା । ଭଦ୍ରକ ତ୍ରିକୋଣାରେ ଓଲଟିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଅରୂପାନନ୍ଦ ନାମକ ବସ୍ ଭଦ୍ରକରୁ ବନ୍ତ ଅଭିମୁଖେ ଯାଉଥିବାବେଳେ ତ୍ରିକୋଣାଠାରେ ଭାରସାମ୍ୟ ରକ୍ଷା କରିପାରିନଥିଲା। ସେ ସମୟରେ ଜଣେ ଯୁବକ ରାସ୍ତା କଡରେ ଚାଲିଯାଉଥିବାବେଳେ ବସ୍ତି ତାଙ୍କ ଉପରେ ଲେଉଟିପଡିଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି।
Follow Us