ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଦମାନ ଜିଲ୍ଲାରେ ଟ୍ରକକୁ ଧକ୍କା ଦେଲା ବାସ୍.୧୦ ମୃତ ୩୫ ଆହତ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଂକା

ଦେଶ ଆଜି ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସକାଳେ  ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲା ଫଗୁପୁରରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି । ବସଟି ହୁଗୁଳି ଜିଲ୍ଲାର ତାରକେଶ୍ୱରରୁ ଆସାନସୋଲ ଯାଉଥିବା ବେଳେ ଛିଡ଼ା  ହୋଇଥିବା ଟ୍ରକରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଥିଲେ ।

45

କନକ ବ୍ୟୁରୋ :  ଟ୍ରକ୍ ସହିତ ବସ୍ ପିଟି ହୋଇ ୧୬ ମୃତ, ୩୫ ଆହତ । ଦେଶ ଆଜି ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସକାଳେ  ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲା ଫଗୁପୁରରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି । ବସଟି ହୁଗୁଳି ଜିଲ୍ଲାର ତାରକେଶ୍ୱରରୁ ଆସାନସୋଲ ଯାଉଥିବା ବେଳେ ଛିଡ଼ା  ହୋଇଥିବା ଟ୍ରକରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ୩୫ ଜଣଙ୍କୁ ବର୍ଦ୍ଧମାନ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ୧୦ ଜଣ ଯାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ପୁଲିସ ତଦନ୍ତ କରୁଥିବା ବେଳେ ବସ୍ ଡ୍ରାଇଭର ନିଶାଗ୍ରସ୍ତ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ମୃତାହତମାନଙ୍କ ପରିଚୟ ଜଣାପଡ଼ିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe