କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଜଣେ ମୃତ, ୫ ଗୁରୁତର । କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ଯାତ୍ରୀବାହୀ ଦୁର୍ଘଟଣାଗସ୍ତ ହୋଇଛି ।
ଭୋର ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଛି ବସ । ଦୁର୍ଘଟଣାରେ ବସର ଆଗ ପଟ ଭାଙ୍ଗିଯାଇଥିବା ବେଳେ ଅନେକ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ । ପରେ କୋକସରା ଅଗ୍ନିଶମ କର୍ମଚାରୀ କିଛି ସ୍ଥାନୀୟ ଲୋକଙ୍କ ସହାୟତା ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଅନ୍ୟ ୫ ଜଣ ଜଟିଳ ଭାବେ ଗୁରୁତର ଥିବା ଜଣାପଡ଼ିଛି । କୋକସରା ଥାନା ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ ଗଞ୍ଜାମ ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣପୁରରେ ବସ ଦୁର୍ଘଟଣା । ରାସ୍ତା କଡ଼ରେ ଥିବା ବିଶ୍ରାମଗାରକୁ ଧକ୍କା ଦେଲା ବୀଣାପାଣି ନାମକ ବସ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବସ୍ଟି ଭୁବନେଶ୍ୱରରୁ ଯାତ୍ରୀ ନେଇ ଫେରୁଥିଲା । ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଦୁର୍ଘଟଣାରେ ବସ୍ ଡ୍ରାଇଭର ଚାପି ହୋଇ ରହିଥିଲେ । ଅଗ୍ନିଶମ ବିଭାଗ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଡ୍ରାଇଭରକୁ ଅଗ୍ନିଶମ ବାହିନୀ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।