କନକ ବ୍ୟୁରୋ: ମାଟି ତଳେ ଦବିଗଲା ବସ୍ । ହିମାଚଳ ପ୍ରଦେଶ ବିଳାସପୁର ଜିଲ୍ଲାରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ୨ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ବସ୍ରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ । ବସଟି ଭଲ୍ଲୁ ବ୍ରିଜ୍ ନିକଟରେ ଅତିକ୍ରମ କରୁଥିଲା । ଏହି ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଉଠିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପୁଲିସ ଓ ଉଦ୍ଧାରକାରୀ ଦଳ ଏକ ଜେସିବି ଜରିଆରେ ବସ୍ ଉପରୁ ମାଟି ଅତଡ଼ା ବାହାର କରିଥିଲେ । ଏହା ପରେ ଆହତଙ୍କୁ ବସରୁ ବାହାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଦୁର୍ଘଟଣା ପରେ ୬ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବାକି ୯ ଯାତ୍ରୀ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସେହିପରି ତିନିଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।