କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ବସ୍ ସେବା ଡ୍ରାଇଭରକୁ ମାଡ଼, ଥାନାରେ ଅଭିଯୋଗ । ଜଳେଶ୍ୱର ଥାନା ଅଗ୍ରୱାଲା ଛକ ଠାରେ ବସରେ ଡିପର୍‌ ଲାଇଟ୍ ମରାକୁ କେନ୍ଦ୍ରକରି ଡ୍ରାଇଭରକୁ କଲର ଧରି ମାରଣାନ୍ତକ ଆକ୍ରମଣ କଲେ ଯୁବକ । ଯୁବକ ଜଣକ ହେଲେ ଦେଉଲା ଗ୍ରାମର ଅବିନାଶ ଦାସ, ପୁଲିସର ତଦନ୍ତ ଜାରୀ, ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବାଲିକବାଡ଼ ଗ୍ରାମର ମନୋରଞ୍ଜନ ମହାପାତ୍ର ମୁଖ୍ୟମନ୍ତ୍ରୀ ବସ୍ ସେବାର ଡ୍ରାଇଭର ହିସାବରେ କାର୍ଯ୍ୟ କରନ୍ତି । ଗତକାଲି ସନ୍ଧ୍ୟା ସମୟରେ ଶ୍ୟାମନଗର ପଞ୍ଚାୟତ ପଟୁ ବସ୍ ନେଇ ଜଳେଶ୍ୱର ବ୍ଲକକୁ ଆସୁଥିବା ସମୟରେ ଲକ୍ଷ୍ମଣନାଥ ଅଗ୍ରୱାଲା ନିକଟରେ ଅଣ ଓସାରିଆ ରାସ୍ତାରେ ସାଇଡ୍ ଦେବା ପାଇଁ ହେଡ଼ ଡିପର୍ ଲାଇଟ୍ ମାରିଥିଲେ, ଏହି ସମୟରେ ଆଗରୁ ଆସୁଥିବା ବାଇକ୍ ଚାଳକ ଦେଉଳ । ଗ୍ରାମର ଅବିନାଶ ଦାସ ଉତ୍ତକ୍ଷିପ୍ତ ହୋଇ ଅଗ୍ରୱାଲା ଛକଠାରେ ଡ୍ରାଇଭର ମନୋରଞ୍ଜନକୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ କଲର ଧରି ମରଣାନ୍ତକ ଆକ୍ରମଣ କରିଥିଲେ । ବସରେ ଥିବା କଣ୍ଡକ୍ଟର ଲାଲୁ ହେମ୍ରମ ୧୧୨କୁ ଖବର ଦେଇଥିଲେ, ୧୧୨ ଘଟଣା ସ୍ଥଳରେ ପହଞ୍ଚି ଯୁବକ କବଳରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ । ତେବେ ନ୍ୟାୟ ପାଇଁ ବସର ଡ୍ରାଇଭର ଓ କଣ୍ଡକ୍ଟର ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ପୁଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।