କନକ ବ୍ୟୁରୋ: ରେଳକର୍ମଚାରୀଙ୍କ ପରେ ବସ୍ କର୍ମଚାରୀଙ୍କ ସମସ୍ୟା ବୁଝିଲେ ବିରୋଧୀ ଦଳ ନେତା । ବସରେ ଯାତ୍ରା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଯାହାର ଭିଡିଓ ସେ ନିଜ ୟୁଟ୍ୟୁବ ପେଜରେ ସେୟାର କରିଛନ୍ତି ।
ନୂଆଦିଲ୍ଲୀର ସରୋଜିନୀ ନଗର ବସ ଡିପ୍ପୋରୁ ସେ ଊଞଉ ବସରେ ଯାତ୍ରା କରୁଥିବାର ଭିଡିଓ ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଗାନ୍ଧୀ ବସର କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଯାତ୍ରୀଙ୍କୁ ହେଉଥିବା ସମସ୍ୟା ସହ ବସ୍ କର୍ମଚାରୀଙ୍କ ସମସ୍ୟା ବାବଦରେ ପଚାରିଥିଲେ ବିରୋଧୀ ଦଳ ନେତା । ଏହି ସମୟରେ ଅନେକ କର୍ମଚାରୀ ଦରମା ଓ ଯାତ୍ରୀ ସେବା ନେଇ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୋଟି ଗୋଟି କରି ଗଣାଇଥିଲେ । ଯାହାକୁ ବିରୋଧୀ ଦଳ ନେତା ଶୁଣିବା ସହ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
- ଊଞଉ ବସରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା
- ବସ୍ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଲେ
- ବସ୍ କର୍ମଚାରୀଙ୍କ ବାର୍ଷିକ ଚୁକ୍ତି ରିନ୍ୟୁ ହେଉନଥିବା ଅଭିଯୋଗ
- ଡ୍ୟୁଟି ସମୟ କମ ରହିଲେ ଘରେ ବସିବା ପାଇଁ କୁହାଯାଏ
- ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ଦାବି କରିଛନ୍ତି କର୍ମଚାରୀ
- ଯାତ୍ରୀଙ୍କ ସୁରକ୍ଷାରେ ଥିବା ହୋମଗାର୍ଡଙ୍କୁ ଦରମା ମିଳୁନଥିବା ଅଭିଯୋଗ
- ସଂସ୍ଥା ୬ ମାସ ହେବ ଦରମା ଦେଉନଥିବା ଅଭିଯୋଗ
- ୮ ଘଣ୍ଟା କାମ ପାଇଁ ମାତ୍ରା ୮୧୬ ଟଙ୍କା ଦିଆଯାଉଛି
- ପର୍ବପର୍ବାଣୀରେ ଛୁଟି ମିଳୁନି, ଅଧିକ ସମୟ ଡ୍ୟୁଟି କରାଯାଏ
- ସରକାରୀ ସେବାର ଘରୋଇକରଣ ନେଇ ଅଭିଯୋଗ ହୋଇଛି
- ଚୁକ୍ତି ରିନ୍ୟୁ ନହେଲେ ଚାକିରି ଯିବାର ଆଶଙ୍କା ରହିଛି