ଜଳିଗଲା ତୀର୍ଥଯାତ୍ରୀ ବସ୍ ; ରୋଷେଇ ନିଆଁରୁ ଲାଗିଲା ନିଆଁ

Advertisment

ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡ ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡ ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

tourism bus burnt

tourism bus burnt Photograph: (KanakNews)

କନକ ବ୍ୟୁରୋ: ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡ ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବସରେ ଅଗ୍ନିକାଣ୍ଡ ଘଟିଥିଲା। ଗାଡ଼ିଟି ପଶ୍ଚିମବଙ୍ଗର ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ଗାଡ଼ି ଭିତରେ ଡ୍ରାଇଭର ଜଣକ ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ୨ଟି ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଡ୍ରାଇଭରଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ । କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ବସର ପ୍ରାୟ ୮୦ ଭାଗ ଜଳିଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe