କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ସିନ୍ଧ୍ ନଦୀକୁ ଖସି ପଡ଼ିଲା ବସ୍ । ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଏହି ଘଟଣାରେ ଅଧିକ କିଛି ସୂଚନା ହସ୍ତଗତ ହୋଇନଥିବାବେଳେ ବିଭିନ୍ନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜୋରଦାର କରିଛନ୍ତି ।
ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ବସଟି ନଦୀକୁ ସିଧା ଖସି ଯିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବସ୍ ଦୁର୍ଘଟଣା ପରେ ପ୍ରାଥମିକ ସ୍ତରରେ କୁହାଯାଉଥିଲା କି ଯବାନଙ୍କୁ ନେଇ ଯିବା ବେଳେ ନଦୀକୁ ବସ୍ ଖସିପଡିଛି । ମାତ୍ର ଗାନ୍ଦରବାଲ ପୁଲିସ ଏକ୍ସରେ ଖାଲି ବସ୍ ଯାଉଥିବା ନେଇ ସ୍ପଷ୍ଟ କରିଛି । ଦୁର୍ଘଟଣା ପରେ ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
Follow Us