କନକ ବ୍ୟୁରୋ: ମାଲକାନଗିରି ବିଜାଘାଟିରେ ବସ୍‌ ଦୁର୍ଘଟଣା । ହାଇଦ୍ରାବାଦରୁ ଫେରୁଥିବା ବାଲାଜି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

Advertisment

ଘାଟି ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୧୦୦ ମିଟର ପଛକୁ ଖସିଥିଲା ବସ୍‌ । ଏଥିରେ ୮୦ରୁ ଅଧିକ ଶ୍ରମିକ ଥିଲେ । ବସ୍‌ଟି ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଫେରୁଥିଲା । ବେଲପଡା, ମୁରିବାହାଲ ବ୍ଲକର ଇଟାଭାଟି ଶ୍ରମିକ ଏଥିରେ ଫେରୁଥିଲେ ।