କନକବ୍ୟୁରୋ : କାଳ ହେଲା ଘନ କୁହୁଡ଼ି । ସୋନପୁରରେ ସ୍କୁଟି ଚାଳକକୁ ପ୍ରାୟ ଦେଢ଼ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଟ୍ରକ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ କୁମାରକେଲି ଗାଁର ଶରତ ମହାପାତ୍ର । ଶରତ ସୋନପୁର ପଟୁ ସ୍କୁଟି ଯୋଗେ ଆସୁଥିବାବେଳେ ପଛପଟୁ ଏକ ଟ୍ରକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରୁ ଛିଟିକି ପଡ଼ିଥିଲେ ଶରତ । ହେଲେ ତାଙ୍କ ହାତ ଟ୍ରକ୍ ବର୍ଣ୍ଣଟରେ ଲଟକି ରହିଥିଲା । ଫଳରେ ଟ୍ରକ୍ଟି ତାଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ଆଣିଥିଲା ।
ଅଧିକ ପଢନ୍ତୁ.... ପୁଣି ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ: କହିଲେ... 'ଧନ୍ୟରେ ଆମ ବିଜୁପ୍ରେମୀ, ହେଇଗଲ ସବୁ ଭଣ୍ଡ ଅନୁଗାମୀ'
ଲୋକମାନେ ଟ୍ରକ୍ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଡ୍ରାଇଭର ଗାଡ଼ି ଛିଡ଼ା କରି ଘଟଣାସ୍ଥଳରୁ ଫେରାର ମାରିଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ବୀରମହାରାଜପୁରରୁ ସୋନପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଭାରସାମ୍ୟ ହରାଇ ଜାତୀୟ ରାଜରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଜରପଡା ଥାନା ଜେରେଙ୍ଗ ଦେହୁରୀସାହି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଅନୁଗୁଳରୁ ଯାତ୍ରୀଙ୍କୁ ନେଇ ବିନିକେଇ ଯିବା ସମୟରେ ଘଟିଛି ଏହି ଅଘଟଣ । ଡ୍ରାଇଭର ଗାଡି ଚଳାଉଥିବା ବେଳେ ହଠାତ ମୂର୍ଚ୍ଛା ଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା । ଗ୍ରାମବାସୀ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତୁରନ୍ତ ଯାତ୍ରୀଙ୍କୁ ଆମ୍ବୁଲାନ୍ସରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ୩ ଜଣ କଲେଜ ଛାତ୍ରୀ, ୨ଜଣ ମହିଳା ଓ ୧୦ ଜଣ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/1-2025-11-26-12-02-38.jpg)