କନକ ବ୍ୟୁରୋ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବାଇକ୍ ସହିତ ଯୁବକ ଜଣଙ୍କୁ ପୋଡ଼ି ମାରିଦେଇଥିବା ଅନୁମାନ କରାାଯାଉଛି । ଜୁନାଗଡ଼ ଭବାନୀପାଟଣା ବନମାଳୀପୁର ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଜୁନାଗଡ଼ ଜାତୀୟ ରାଜପଥ- ୨୬ କଡ଼ରେ ସନ୍ଦେହଜନକ ଭାବରେ ଜଣେ ଯୁବକଙ୍କ ଦଗ୍ଧ ମୃତଦେହ ଓ ବାଇକ୍ ପଡ଼ିରହିଛି । ମୃତ ଯୁବକ ମୁହଁ ମାଡ଼ି ପଡ଼ିଥିବାବେଳେ ଟିଭିଏସ୍ ବାଇକ ମଧ୍ୟ ଷ୍ଟାଣ୍ଡ ମରାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଦୁର୍ବୁତ୍ତମାନେ ବାଇକ ସହିତ ଯୁବକଙ୍କୁ ପୋଡି ମାରିଦେଉଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ । ଏନେଇ ଜୁନାଗଡ଼ ପୁଲିସ ଅଧିକ ଛାନଭିନ୍ କରିବା ସହ ପଚରାଉଚରା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/01/mtF71cEOI8GnXGGYPj6h.jpg)