କନକବ୍ୟୁରୋ : ମୃତ୍ୟୁ ପୂର୍ବରୁ ପୁଅକୁ ଦେଖିବାକୁ ଇଚ୍ଛା ବଞ୍ଚାଇ ରଖିଛି ଜୀବନକୁ ଧକ୍କାର କରୁଥିବା ଦୁଇ ଅସହାୟଙ୍କୁ। ପୁଅ କେବେ ଫେରିବ ଆଉ ତା ଚେହେରା ଦେଖିବେ ମାଆ ବାପା। ଏପଟେ ସରକାରୀ ପ୍ରତାରଣା ବି ତାଙ୍କୁ ଖୁବ୍ କନ୍ଦାଉଛି । ଯନ୍ତ୍ରଣା ଭିତରେ ବି ଜିଇଁବାର ଇଛା। । ଖଟିଆରେ ପଡ଼ି ରହି ଶେଷ ଦିନ କେଇଟା ଗଣୁଥିବା ଦୁଇ ମଣିଷଙ୍କୁ ଆହା ପଦେ କହିଦେଲେ ଆଖିରୁ ଗଡ଼ିଆସୁଛି ଧାରଧାର ଲୁହ । ଏ ହେଉଛି ସମ୍ବଲପୁର ନକ୍ସାପାଲି ୩୭ ନମ୍ବର ୱାର୍ଡର ବିରଞ୍ଚି ବାହୁକ ଓ ବିମଳା ବାହୁକଙ୍କ ଘର । ରିପାଲ ତଳେ ଏଭଳି ଦୟନୀୟ ସ୍ଥିତିରେ ରହୁଛନ୍ତି ଏ ବୃଦ୍ଧ ଦମ୍ପତି । କିଛି ବର୍ଷ ତଳେ ନିଆଁରେ ପୋଡ଼ି ହୋଇ ବଡ଼ ପୁଅ ଆଖି ବୁଜି ସାରିଛି । ଆଉ ସାନ ପୁଅ ଦୁଷ୍କର୍ମ ମାମଲାରେ ଏବେ ଜେଲରେ। ଏଭଳି ସ୍ଥିତିରେ ବୁଢ଼ାକାଳେ ସାହାରା ଦେବାକୁ କେହି ନାହାନ୍ତି। ବୟସ ୮୦ ଟପିଛି, ମାତ୍ର ଆଧାର କାର୍ଡରେ ତ୍ରୁଟି ପାଇଁ ଭତ୍ତା ଗଣ୍ଡକ ବି ମିଳିପାରୁନି। କିଛି ଟଙ୍କା ଧାର କରଜ କରି ଭଙ୍ଗା ଘରକୁ ଜରି ପାଲରେ ଘୋଡ଼ାଇ ରଖିଛନ୍ତି। ବର୍ଷା ହେଲେ ଏଠି ରହିବା ମୁସକିଲ୍। ସାନ ବୋହୂ ଫୁଲ ବିକ୍ରି କରି ଯାହା ଦି ପଇସା ଆଣନ୍ତି ସେଥିରେ ଚଳେ ପରିବାର। ଦିନେ ଖାଇଲେ ଦି ଦିନ ଉପାସ । ସମ୍ବଲପୁର ସହରଠୁ ମାତ୍ର ୩ କିଲୋମିଟରରେ ଦୂରରେ ଥିବା ଏ ଅସହାୟ ଦମ୍ପତ୍ତିଙ୍କ ଉପରେ ଏଯାଏଁ ସିଏମ୍ସିର ଆଖି ପଡ଼ିନି ।
ଭୋକର ନିଆଁରେ ଆଉଟୁ ପାଉଟୁ : ବୟସର ଅପରାହ୍ଣରେ ବଞ୍ଚିବାକୁ ସଂଘର୍ଷ
ମୃତ୍ୟୁ ପୂର୍ବରୁ ପୁଅକୁ ଦେଖିବାକୁ ଇଚ୍ଛା ବଞ୍ଚାଇ ରଖିଛି ଜୀବନକୁ ଧକ୍କାର କରୁଥିବା ଦୁଇ ଅସହାୟଙ୍କୁ। ପୁଅ କେବେ ଫେରିବ ଆଉ ତା ଚେହେରା ଦେଖିବେ ମାଆ ବାପା। ଏପଟେ ସରକାରୀ ପ୍ରତାରଣା ବି ତାଙ୍କୁ ଖୁବ୍ କନ୍ଦାଉଛି
/kanak/media/media_files/2025/09/17/39-2025-09-17-20-05-19.jpg)