ବାଲେଶ୍ବରରୁ ବଳଙ୍ଗା, ପଟ୍ଟାମୁଣ୍ଡାଇରୁ ପଦ୍ମପୁର… ଛାତ୍ରୀ ଜଳୁଛନ୍ତି, ସମସ୍ତେ ଦେଖୁଛନ୍ତି; ଗଡ଼ି ଚାଲିଛି ତଦନ୍ତ, ବାହାରୁନି ନିଷ୍କର୍ଷ

ବାଲେଶ୍ବରରୁ ବଳଙ୍ଗା, ପଟ୍ଟାମୁଣ୍ଡାଇରୁ ପଦ୍ମପୁର… ଛାତ୍ରୀ ଜଳୁଛନ୍ତି, ସମସ୍ତେ ଦେଖୁଛନ୍ତି; ଗଡ଼ି ଚାଲିଛି ତଦନ୍ତ, ବାହାରୁନି ନିଷ୍କର୍ଷ । ଅଭିଯୁକ୍ତକୁ ଧରି ପାରୁନି ପୁଲିସ । ଉଠିଲା ପ୍ରଶ୍ନ, କେବେ ଥମିବ ପୋଡ଼ି ଘଟଣା ।

13

କନକ ବ୍ୟୁରୋ:  ରାଜ୍ୟରେ ଦିନକୁ ଦିନ ବଢୁଛି  ଜଳିପୋଡ଼ି ଯିବା ଘଟଣା । ଯେମିତି ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣାରୁ ଏପରି ଘଟଣାର ମୂଳଦୁଆ ପଡ଼ିଛି । ଏହାପରେ ବଳଙ୍ଗା , ପଟ୍ଟାମୁଣ୍ଡାଇ, ଏବେ ପୁଣି ବରଗଡ଼ ପଦ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ପୋଡ଼ି ଦେବା ଘଟଣାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଗୋଟେ ପରେ ଗୋଟେ ଘଟଣା ଘଟିଯାଉଥିବାବେଳେ ପୁଲିସ କିନ୍ତୁ ଘଟଣାର ଖିଆ ପାଉନି କି ପ୍ରକୃତି ଅଭିଯୁକ୍ତକୁ ଧରିପାରୁନି  । ଖାଲି ଯାହା ତଦନ୍ତ ଆଉ ଜେରା ଚାଲିଛି । କିନ୍ତ ଅଭିଯୁକ୍ତ କିଏ ସେକଥା ଯେମିତି ରହସ୍ୟରେ ରହିଯାଉଛି , ଯାହା ଏଭଳି ଘଟଣା ଘଟିବାକୁ ବଳ ଯୋଗାଉଛି ବୋଲି ଆଲୋଚନା ହେଉଛି ।

ମନରୁ ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପୋଡ଼ି ଘଟଣା ମନର ନଲିଭୁଣୁ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ିଗଲେଣି । ସୂଚନା ଅନୁସାରେ, ବରଗଡ଼ ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର  ଟିମ୍ । ଏନେଇ ସୂଚନା ଦେଇଛନ୍ତି  ବଲାଙ୍ଗୀର ଏସପି ଅଭିଳାଷ ଜି. ।  ୩ ଜଣ ଆଇଆଇସିଙ୍କୁ ନେଇ ଟିମ୍ ଗଠନ  ହୋଇଛି । ଫିରିଙ୍ଗିମାଳ ଗାଁକୁ ଯାଇ ତଦନ୍ତ କରିବ ପୁଲିସ। ସେପଟେ ଗୁରୁତର ନାବାଳିକାଙ୍କୁ ବୁର୍ଲା ମେଡିକାରେ ଭର୍ତ୍ତି କରାଯାଇଛି । 

ଆଜି ସକାଳୁ ଗାଇସିଲଟ ଥନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ ଆଜି ସକାଳେ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡ଼ୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ। ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି। କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe