କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢୁଛି ଜଳିପୋଡ଼ି ଯିବା ଘଟଣା । ଯେମିତି ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣାରୁ ଏପରି ଘଟଣାର ମୂଳଦୁଆ ପଡ଼ିଛି । ଏହାପରେ ବଳଙ୍ଗା , ପଟ୍ଟାମୁଣ୍ଡାଇ, ଏବେ ପୁଣି ବରଗଡ଼ ପଦ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ପୋଡ଼ି ଦେବା ଘଟଣାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଗୋଟେ ପରେ ଗୋଟେ ଘଟଣା ଘଟିଯାଉଥିବାବେଳେ ପୁଲିସ କିନ୍ତୁ ଘଟଣାର ଖିଆ ପାଉନି କି ପ୍ରକୃତି ଅଭିଯୁକ୍ତକୁ ଧରିପାରୁନି । ଖାଲି ଯାହା ତଦନ୍ତ ଆଉ ଜେରା ଚାଲିଛି । କିନ୍ତ ଅଭିଯୁକ୍ତ କିଏ ସେକଥା ଯେମିତି ରହସ୍ୟରେ ରହିଯାଉଛି , ଯାହା ଏଭଳି ଘଟଣା ଘଟିବାକୁ ବଳ ଯୋଗାଉଛି ବୋଲି ଆଲୋଚନା ହେଉଛି ।
ମନରୁ ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପୋଡ଼ି ଘଟଣା ମନର ନଲିଭୁଣୁ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ିଗଲେଣି । ସୂଚନା ଅନୁସାରେ, ବରଗଡ଼ ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜି. । ୩ ଜଣ ଆଇଆଇସିଙ୍କୁ ନେଇ ଟିମ୍ ଗଠନ ହୋଇଛି । ଫିରିଙ୍ଗିମାଳ ଗାଁକୁ ଯାଇ ତଦନ୍ତ କରିବ ପୁଲିସ। ସେପଟେ ଗୁରୁତର ନାବାଳିକାଙ୍କୁ ବୁର୍ଲା ମେଡିକାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳୁ ଗାଇସିଲଟ ଥନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ ଆଜି ସକାଳେ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡ଼ୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ। ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି। କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/11/13-2025-08-11-13-05-08.jpg)