ନିଆଁରେ ପୋଡ଼ି ଗୁରୁତର ମହିଳାଙ୍କ ମୃତ୍ୟୁ : କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ଦୁଇଦିନ ତଳେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ତିଳତମାଙ୍କର କଟକ ଏସସିବିରେ ଦେହାନ୍ତ ହୋଇଛି । ତାଙ୍କ ଘର ସାଲେପୁର ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗାଁରେ ।

hand-dead-

hand-dead- Photograph: (google)

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ତିଳତମା । ଦୁଇଦିନ ତଳେ କିରୋସିନ୍ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ତିଳତମାଙ୍କର କଟକ ଏସସିବିରେ ଦେହାନ୍ତ ହୋଇଛି । ତାଙ୍କ ଘର ସାଲେପୁର ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗାଁରେ । ନିଆଁରେ ପୋଡ଼ି ହୋଇ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ କଟକ ଏସସିବିରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରୁ ମଙ୍ଗଳବାର ମହିଳା ଜଣଙ୍କ ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe