ଟଙ୍କା ଦେଇଥିଲେ ମୋହନ, ଚୁପ୍ ହୋଇ ବସିଥିଲେ ବାବୁ ଆଉ ଏବେ...

Advertisment

ଗଞ୍ଜାମର ଖଲ୍ଲିକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଜେଟ୍ ଟଙ୍କା ଖର୍ଚ୍ଚ କରିବା ପାଇଁ ଶେଷ ସମୟରେ ତରବରିଆ ଭାବେ ଚାଲିଛି ରାସ୍ତା ନିର୍ମାଣ । ଏହା ପଛରେ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । 

ଗଞ୍ଜାମର ଖଲ୍ଲିକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଜେଟ୍ ଟଙ୍କା ଖର୍ଚ୍ଚ କରିବା ପାଇଁ ଶେଷ ସମୟରେ ତରବରିଆ ଭାବେ ଚାଲିଛି ରାସ୍ତା ନିର୍ମାଣ । ଏହା ପଛରେ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । 

04

odisha Photograph: (kanak news)

କନକ ବ୍ୟୁରୋ: ଆଗାମୀ ଆର୍ଥିକ ବର୍ଷ ପାଇଁ କାଲି ଆସିବ ରାଜ୍ୟ ବଜେଟ୍ । କିନ୍ତୁ ପୂର୍ବ ବର୍ଷ ମୁଖ୍ୟମନ୍ତ୍ରୀ ଦେଇଥିବା ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି ବହୁ ବିଭାଗ । ସମୟ ସରି ଯାଉଥିବାରୁ ଓ ଟଙ୍କା ଖର୍ଚ୍ଚ କରିବାକୁ ତାଗିଦ ପରେ ଏବେ ତରବରିଆ ଭାବେ କାର୍ଯ୍ୟରେ ଲାଗିଛନ୍ତି । ଆବଶ୍ୟକ ଥାଉ କି ନଥାଉ, ନିମ୍ନମାନର ହେଉପଛେ, ଟଙ୍କା ଖର୍ଚ୍ଚରେ ବ୍ୟସ୍ତ ଅଧିକାରୀ । 

ଆହୁରି ପଢ଼ନ୍ତୁ: ଚିନ୍ତା ବଢ଼ାଉଛି କଟକ-ଭୁବନେଶ୍ବର ଟ୍ରାଫିକ୍

୧୦ ମାସରେ ପାରିଲେନି, ଏବେ ତରତର 
ରାତିଅଧିଆ ଚାଲିଛି ରାସ୍ତା ନିର୍ମାଣ 

ଭିତ୍ତିଭୂମିର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିଲା । ବର୍ଷ ସରିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ସବୁ ଟଙ୍କା ଖର୍ଚ୍ଚ ହୋଇପାରିନି। ଏନେଇ ଉଦବେଗ ବଢ଼ୁଥିବାବେଳେ, ଯେନତେନ ମାର୍ଚ୍ଚ ସୁଦ୍ଧା ଅର୍ଥ ସାରିବାକୁ ତତ୍ପର ହୋଇଛନ୍ତି ଅଫିସର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଜାମୁଦଲକ ପଂଚାୟତରେ ମଙ୍ଗଳପୁରଠାରୁ କୁଟାରିପଶି ପଞ୍ଚାୟତର କଙ୍କଡ଼ାପାଟକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କର ଚାଲିଛି ନିର୍ମାଣ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି । ଠିକାଦାର ତରବରିଆ ଭାବେ ମେଣ୍ଟଲିଂ କାମ ସହ ପକାଉଛନ୍ତି ପିଚୁ। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରାତି ଅଧରେ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଜିଲ୍ଲାର ଅନେକ ରାସ୍ତା ଖାଲଖମାରେ ଭରିଛି, ମରାମତି ହେଉନି। କିନ୍ତୁ କେନ୍ଦ୍ରାପଡା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ୧ ଅଧିନରେ ଥିବା ଶ୍ୟାମସୁନ୍ଦରପୁରରୁ କରିଲୋପାଟଣାକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଭଲ ଅଛି । ହେଲେ, ପିଚୁ ଉପରେ ପିଚୁ ପଡ଼ୁଛି । ଭଲ ରାସ୍ତାରେ ପିଚୁ, କାହା ସ୍ବାର୍ଥରେ ଏନେଇ କାହା ପାଖରେ ନାହିଁ ଉତ୍ତର । ଗଞ୍ଜାମର ଖଲ୍ଲିକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଜେଟ୍ ଟଙ୍କା ଖର୍ଚ୍ଚ କରିବା ପାଇଁ ଶେଷ ସମୟରେ ତରବରିଆ ଭାବେ ଚାଲିଛି ରାସ୍ତା ନିର୍ମାଣ । ଏହା ପଛରେ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । 

ପ୍ରଶ୍ନ ଉଠୁଛି...

୧୦ମାସରେ ଟଙ୍କା ଖର୍ଚ୍ଚ ହୋଇପାରିଲାନି, ଏବେ ମାସକରେ କେମିତି ସମ୍ଭବ? ଟଙ୍କା ଖର୍ଚ୍ଚରେ ସ୍ବଚ୍ଛତା ରହିବ ତ? ବଜେଟ୍‌ ଅର୍ଥ ଖର୍ଚ୍ଚ କରିପାରିନଥିବା ଅଧିକାରୀଙ୍କୁ କାହିଁକି କରାଯିବନି ଉତ୍ତରଦାୟୀ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe