କନକ ବ୍ୟୁରୋ : ସାମ୍ନାକୁ ଆସୁଛି ବଣ୍ଟି ବବଲିଙ୍କ ପଲିଟିକାଲ ଲିଙ୍କ ! ଖସି ଯିବାକୁ ବସିଛନ୍ତି ହଂସିକାଙ୍କ ଗଡଫାଦର! ଅନୀଲଙ୍କ ଆକାଉଣ୍ଟ ଖୋଲୁଛି ଅନେକ ବ୍ୟବସାୟୀଙ୍କ ଗୁମର ।
ଗୋଟିଏ ପରେ, ଗୋଟିଏ ରୁମର ଚାଲିଛି ଛାନଭିନ । ହଁସିକା ଅଭିଲାପ୍ସା ଓ ଅନିଲ ମହାନ୍ତିଙ୍କ ଏହି ଅଫିସର ଆସବାପତ୍ରର ଛାନଭିନ ପରେ, ଅଫିସକୁ ସିଲ କରିଛି ପୁଲିସ । ତେବେ ଛାନଭିନ ବେଳେ ପୁଲିସ ହାତରେ ଲାଗିଛି କୋଟି କୋଟି ଟଙ୍କାର କାରବାରର ଦସ୍ତାବିଜ ।
ଆକାଉଣ୍ଟ ଖୋଳତାଡ ବେଳେ ସାମ୍ନାକୁ ଯାହା ଆସିଛି ଆପଣଙ୍କ ଆଖି ଖୋସି ହୋଇଯିବ । ଖଣି ବ୍ୟବସାୟୀ, ସୁନା ବ୍ୟବସାୟୀ, ବିଲଡର ଏବଂ ରାଜନୈତିକ ଲୋକଙ୍କ ସହ ସଂପର୍କ । କିଛି ବ୍ୟବସାୟୀମାନେ ଅନିଲ ଓ ହଂସିକାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ଟ୍ରାନଜାକସନ ବି କରିଛନ୍ତି । ସୁନା ଓ ଖଣି ବ୍ୟବସାୟୀମାନେ ଏମାନଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇଥିବା ବି ନଜରକୁ ଆସିଛି । ଏପରିକି ପ୍ରତି ମାସରେ ଜଣେ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କା ପଠାଇ ପୁଲିସ ସ୍କାନରକୁ ଆସିଛନ୍ତି । ତେବେ ପାଖାପାଖି ୧୫ରୁ ଅଧିକ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସର ଏହି ସ୍ୱତନ୍ତ୍ର ଟିମ । ଏହି ବଣ୍ଟି ବବଲିଙ୍କ ସାମ୍ରାଜ୍ୟର ଖୋଳତାଡ ପାଇଁ ଏସ.ସି.ୟୁ ବା ସ୍ପେସାଲ କ୍ରାଇମ ୟୁନିଟକୁ ଦାୟିତ୍ୱ ଦିଆଯାଇଛି । ତେବେ ଏସ.ସି.ୟୁ ଜାଣିବା ପାଇଁ ଚାହୁଁଛି ..
- ବଣ୍ଟି ବବଲି କେଉଁ ରାଜନେତାଙ୍କ ପାଇଁ କାମ କରୁଥିଲେ
- ଏମାନଙ୍କ ଗଡଫାଦର କିଏ
- ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଟ୍ରାନଜାକସନ ପଛର ରହସ୍ୟ କଣ ?