ରାତି ଅଧରେ ଗାଡିରୁ ମିଳିଲା ବିଡା ବିଡ଼ା ନୋଟ୍ ; ମଦୁଆ ଚାଳକକୁ ପିଛା କରି ଧରିଲା ପୋଲିସ

ରାଜଧାନୀରେ ରାତି ଅଧରେ ଗାଡିରୁ ମିଳିଲା ବିଡା ବିଡ଼ା ନୋଟ୍ । ମଦ୍ୟପ ଚାଳକଙ୍କୁ ପିଛା କରୁଥିବା ବେଳେ ଧରିଲା ପୁଲିସ । ଜବତ ହେଲା ୪ ଲକ୍ଷ ୭୭ ହଜାରରୁ ଅଧିକ ଟଙ୍କା । ସେପଟେ ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିର ବମ୍ଫର୍ ଚୁରମାର ।

notes

କନକ ବ୍ୟୁରୋ: ରାତି ଅଧରେ ଗାଡିରୁ ଜବତ ହେଲା ୪ ଲକ୍ଷ ୭୭ ହଜାର ୫୦୦ ଟଙ୍କା । ଭୁବନେଶ୍ୱର କମିଶନରେଟ ପୋଲିସର କଡା ଚେକିଙ୍ଗ୍ ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଲା ଅମାନିଆ ଚାଳକ । ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଦ୍ରୁତଗତିରେ ପୋଲିସ ବ୍ୟରିକେଟ୍‌କୁ ପିଟିଥିଲେ । ଏଥିରେ ଗାଡ଼ିର ବାମ୍ଫର୍ ଚୁରମାର ହୋଇଯାଇଛି । ଏହାକୁ ନେଇ ପୋଲିସ ଚାଳକଙ୍କ ବ୍ରିଥ୍ ଅନାଲାଇଜର ଟେଷ୍ଟିଂ କରିବା ପରେ ଚାଳକ ପ୍ରବଳ ମଦ ନିଶାରେ ରହିଥିବା ଦେଖିବାକୁ ମିଳିଛି । 

ଗାଡ଼ିର ତଦାରଖ କରିବା ବେଳେ ଗୋଟେ ବ୍ୟାଗରୁ ବିଡା ବିଡ଼ା ନୋ୍ଟ ଓ ଗୋଟିଏ ଲାପଟପକୁ ଜବତ କରିଛି ପୋଲିସ । ଏହାସହ ଗାଡ଼ିକୁ ସିଜ୍ କରିଛି ପୋଲିସ । ଜବତ ଟଙ୍କାକୁ ନେଇ ଚାଳକ ଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଥାନାକୁ ନେଇ ଅଧିକ ପଚରାଉଚରା କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାଇ ଚାଳକ ଦିବ୍ୟ ଜ୍ୟୋତି ନାୟକଙ୍କ ନିଜର ଏକ ହୋଟେଲ ରହିଛି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe