କନକବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଚଳିତ ଚତୁର୍ଥ ଟେଷ୍ଟ୍ରେ ଯଶପ୍ରୀତ୍ ବୁମ୍ରା ପ୍ରଥମ ଥର ପାଇଁ ଏକ ପାଳିରେ ୧୦୦ରୁ ଊର୍ଧ୍ବ ରନ୍ ବରଣ କରିଛନ୍ତି । ଇଂଲଣ୍ଡ ପ୍ରଥମ ପାଳିରେ ସେ ୩୩ ଓଭର ବୋଲିଂ କରି ୧୧୨ ରନ୍ ବିନିମୟରେ ୨ ୱିକେଟ୍ ଅକ୍ତିଆର କରିଥିଲେ । ପୂର୍ବରୁ ସେ ଗତବର୍ଷ ଏମ୍ସିଜିରେ ଅଷ୍ଟ୍ରେଲିଆ ବିପକ୍ଷରେ ୯୯ ରନ୍ ଲିକ୍ କରି ୪ ୱିକେଟ୍ ନେବା ଏ ପର୍ଯ୍ୟନ୍ତ ତାଙ୍କ ତାଲିକାରେ ଶୀର୍ଷରେ ଥିଲା। କେବଳ ବୁମ୍ରା ନୁହଁନ୍ତି, ଚଳିତ ଟେଷ୍ଟ୍ରେ ଅନ୍ୟ ୩ ଭାରତୀୟ ବୋଲର ରବୀନ୍ଦ୍ର ଜାଡ଼େଜା (୧/୧୪୩), ମହମ୍ମଦ ସିରାଜ (୧/୧୪୦), ୱାସିଂଟନ୍ ସୁନ୍ଦର (୨/୧୦୭) ମଧ୍ୟ ୧୦୦ରୁ ଊର୍ଧ୍ବ ରନ୍ ବରଣ କରିଛନ୍ତି।
ଏହି ଆଲୋଡ଼ା ରେକର୍ଡ ସହିତ ବୁମ୍ରାଙ୍କ ଅବସର ଚର୍ଚ୍ଚା ବି ଉଭା ହୋଇଛି। ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ କହିଛନ୍ତି ଯେ ରୋହିତ ଶର୍ମା, ବିରାଟ କୋହଲି, ଆର୍ ଅଶ୍ବିନଙ୍କ ଭଳି ବୁମ୍ରା ଅବସର ନେଇଯିବେ। ତାଙ୍କ ଦକ୍ଷତା କି ସାମର୍ଥ୍ୟର ଅଭାବ ନୁହେଁ ଟେଷ୍ଟ୍ ମ୍ୟାଚ୍ ପାଇଁ ଆବଶ୍ୟକ ଶାରୀରିକ ସଂଘର୍ଷ ସେ ଅଧିକ ଦିନ କରି ନପାରନ୍ତି। ମାଞ୍ଚେଷ୍ଟର୍ ଟେଷ୍ଟ୍ ଅବସରରେ ବୁମ୍ରା ତାଙ୍କ ସ୍ବାଭାବିକ ଗତି ଘଣ୍ଟାପ୍ରତି ୧୪୦ କିଲୋମିଟର୍ଠାରୁ କମ୍ ୧୩୦/୧୩୫ ଗତିରେ ବୋଲିଂ କରୁଥିଲେ। ହେଡିଂଲେ ଓ ଲର୍ଡସ୍ରେ ସେ ଭଲ ବୋଲିଂ କରିଥିଲେ ମଧ୍ୟ ଓଲ୍ଡ ଟ୍ରାଫୋର୍ଡ ଗତି ଭିନ୍ନ କାହାଣୀ ଦର୍ଶାଇଛି ।
ଗୋଟିଏ ଓଭର ବୋଲିଂ କରିବା ପରେ ସେ ଆହତ ସମସ୍ୟା କାରଣରୁ ପଡ଼ିଆ ଛାଡ଼ିଥିଲେ। ଗତିରେ ହ୍ରାସ ଓ ଫର୍ମରେ ସଂଘର୍ଷ କାରଣରୁ ସେ ଟେଷ୍ଟ୍ କ୍ରିକେଟ୍ ଛାଡ଼ିପାରନ୍ତି ବୋଲି କୈଫ ଆଶଙ୍କା କରିଛନ୍ତି। ୱିକେଟ୍ ନେବା ନ ନେବା ଭିନ୍ନ କଥା। ଭାରତକୁ ଏବେ ବୁମ୍ରାଙ୍କ ବିନା ଖେଳିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ମୋ ଆଶଙ୍କା ଭୁଲ୍ ହେଉ, କିନ୍ତୁ ବୁମ୍ରା ଆଉ ଟେଷ୍ଟ୍ କ୍ରିକେଟ୍କୁ ଉପଭୋଗ କରିପାରୁଥିବା ମୁଁ ଅନୁଭବ କରୁନାହିଁ ବୋଲି କୈଫ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/27/2-2025-07-27-08-02-54.jpg)