Nuapada election Photograph: (KanakNews)
କନକ ବ୍ୟୁରୋ: ନୂଆପଡାରେ ବମ୍ପର ଭୋଟିଂ । ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ୮୧.୧୪ ପ୍ରତିଶତ ମତଦାନ ହୋଇଛି । ଦିନକ ପରେ ଅର୍ଥାତ୍ ୧୪ ତାରିଖ ଦିନ ଭୋଟ୍ ଗଣତି ହେବ ଏବଂ ସେହିଦିନ ଫଳାଫଳ ଆସିଯିବ। ପ୍ରାର୍ଥୀ ମାନଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇ ରହିଛି । ଗତକାଲି ନିଜ ବିଧାୟକ ବାଛିବାକୁ ଭୋଟ ଦେଇଥିଲେ ନୂଆପଡା ବାସିନ୍ଦା । ନୂଆପଡାରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଛି । ମୈଦାନରେ ଅଛନ୍ତି ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝି । କାଲି ସକାଳ ୭ରୁ ସନ୍ଧ୍ୟା ୫ଟା ଯାଏଁ ନୂଆପଡାରେ ଭୋଟ ପଡିଥିଲା । ମାଓ ଇଲାକା ସୁନାବେଡା କଥା କୁହନ୍ତୁ କିମ୍ବା ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ କଡ଼ା ସୁରକ୍ଷାରେ ଭୋଟ୍ ଗ୍ରହଣ ହୋଇଥିଲା । ଶେଷରେ ଷ୍ଟ୍ରଙ୍ଗ ରୁମ୍ ଯାଞ୍ଚ ହୋଇଥିଲା । ଇଭିଏମ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି ।
ନୂଆପଡ଼ା ଉପନିର୍ବାଚନ : ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
କାଲି ଶେଷ ହୋଇଛି ନୂଆପଡ଼ା ଭୋଟ୍ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ ।
ନୂଆପଡା ବିଧାନସଭା ଉପ-ନିର୍ବାଚନ: ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ
ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି । ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି । ପୋଲିଂ ଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାର ଷ୍ଟ୍ରିପ୍ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍କୁ ଯାଇଛନ୍ତି । ୧୧ ତାରିଖ ଅପରାହ୍ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିଥିଲା ।
Follow Us